Categories: ଜାତୀୟ

ଦ୍ୱିତୀୟ ପର୍ଯ୍ୟାୟରେ ମୁମ୍ବାଇ ଫେରିଲେ ୨୪୬ ଭାରତୀୟ

ମୁମ୍ବାଇ,୨୭ା୪ : ସୁଦାନରେ ସେନା ସଂଘର୍ଷ ଲାଗିରହିଥିବା ବେଳେ ଫସିରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଅପରେଶନ କାବେରୀ ସୋମବାର ଆରମ୍ଭ ହୋଇଛି। ବୁଧବାର ପ୍ରଥମ ପର୍ଯ୍ୟାୟରେ ୩୬୭ ଭାରତୀୟ ନୂଆଦିଲ୍ଲୀରେ ପହଞ୍ଚି ଥିବା ବେଳେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟରେ ୨୪୬ ଭାରତୀୟ ମୁମ୍ବାଇ ପହଞ୍ଚିଛନ୍ତି। ସୁଦାନରୁ ସେମାନଙ୍କୁ ସାଉଦି ଆରବର ଜେଦ୍ଦା ଅଣାଯାଇ ସେଠାରୁ ବାୟୁସେନାର ସି-୧୭ ଗ୍ଲୋବ୍‌ମାଷ୍ଟର ବିମାନର ଭାରତ ଅଣାଯାଉଛି।

ସୂଚନା ଯୋଗ୍ୟ, ସେନା ସଂଘର୍ଷ ଯୋଗୁ ସୁଦାନରେ ଅସ୍ଥିରତା ଲାଗି ରହିଛି। ଏଭଳିସ୍ଥିତିରେ ସୁଦାନରେ ଫସି ରହିଥିବା ସମସ୍ତ ଭାରତୀୟଙ୍କୁ ଅଣାଯିବ ବୋଲି ବହିର୍ବ୍ୟାପାର ସଚିବ ବିନୟ ମୋହନ କ୍ୱାତ୍ରା କହିଛନ୍ତି।

Share