Categories: ଜାତୀୟ

ଆଫଗାନିସ୍ତାନରୁ ଭାରତୀୟଙ୍କୁ ଫେରାଇ ଆଣିବାର ପ୍ରକ୍ରିୟା ଜାରି: ଅଭିଯାନର ନାମ ରଖାଗଲା ଅପରେଶନ ‘ଦେବୀ ଶକ୍ତି’

ନୂଆଦିଲ୍ଲୀ,୨୪ ।୮: ଆଫଗାନିସ୍ତାନରେ ତାଲିବାନର ନାଲିଆଖି ପରେ ଏବେ ସେଠାରେ ଥିବା ଭାରତୀୟଙ୍କୁ ସ୍ୱେଦେଶ ଫେରାଇ ଆଣିବାର କାର୍ଯ୍ୟକ୍ରମ ଜାରି ରହିଛି । ଏହାରି ଭିତରେ ପାଖାପାଖି ୪୦୦ରୁ ଊର୍ଦ୍ଧ୍ୱ ଭାରତୀୟଙ୍କୁ ସେଠାରୁ ଉଦ୍ଧାର କରାଗଲାଣି । ବାକି ସେଠାରେ ରହିଯାଇଥିବା ଲୋକଙ୍କୁ ମଧ୍ୟ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି । ଇତିମଧ୍ୟରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ଅଭିଯାନର ନାମ ‘ବେଦୀ ଶକ୍ତି’ ଦେଇଛନ୍ତି । ସେ ମଙ୍ଗଳବାର ତାଙ୍କ ଟୁଇଟର ଆକାଉଣ୍ଟରେ ଲେଖିଛନ୍ତି, ‘ଦେବୀ ଶକ୍ତି ଅଭିଯାନ’ ଜାରି ରହିଛି । କାବୁଲରୁ ଦୁଶାବେ ହୋଇ ୭୮ ନାଗରିକଙ୍କୁ ଫେରାଇ ଅଣାଯାଇଛି । ଭାରତୀୟ ବାୟୁସେନା, ଏୟାର ଇଣ୍ଡିଆ ଓ ବୈଦେଶିକ ମନ୍ତ୍ରଣାଳୟର କର୍ମକର୍ତ୍ତାଙ୍କୁ ସାଲ୍ୟୁଟ ।

Share