Categories: ଜାତୀୟ

ସଫଳ ହେଲା ‘ଅପରେଶନ ରାହୁଲ’

ରାୟପୁର,୧୪।୬: ଦୀର୍ଘ ୫ ଦିନ ଧରି ବୋରଓ୍ବେଲ୍‌ ଭିତରେ ଫସି ରହିଥିବା ୧୧ ବର୍ଷର ବାଳକ ରାହୁଲଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତାଙ୍କୁ ଉଦ୍ଧାର ପରେ ତୁରନ୍ତ ଚିକିତ୍ସା ଲାଗି ଘଟଣା ସ୍ଥଳରେ ଡାକ୍ତର ଟିମ୍‌ ଉପସ୍ଥିତ ଥିଲେ। ତେବେ ତାଙ୍କର ଚିକିତ୍ସା କରାଯାଉଛି।

କହିରଖୁଛୁ, ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲ୍ଲା ଫିରିଡ ଗାଁରେ ଗତ ଶୁକ୍ରବାର ଦ୍ୱିପ୍ରହର ସମୟରେ ରାହୁଲ ଖେଳୁଥିବା ସମୟରେ ବୋରଓ୍ବେଲରେ ଖସି ପଡ଼ିଥିଲେ। ପ୍ରାୟ ୮୦ ଫୁଟ ବୋରଓ୍ବେଲ ଗାତ ଭିତରେ ୫ ଦିନ ହେଲା ସେ ଫସି ରହିଥିଲେ ସେ। ଲଗାତାର ଭାବେ ରାହୁଲ ସହ ଯୋଗାଯୋଗ କରାଯିବା ସହ ତାଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଥିଲା। ସୋମବାର ରାତିରେ ମଧ୍ୟ କଦଳି ଏବଂ ଜୁସ ଦିଆଯାଇଥିଲା। ପାଇପ ଯୋଗେ ତା’ ପାଖକୁ ଅକ୍ସିଜେନ ପହଞ୍ଚାଯାଉଛି। ପିଲାଟିକୁ ଉଦ୍ଧାର କରିବା ପାଇଁ ଏନ୍‌ଡିଆର୍‌ଏଫ, ଏସ୍‌ଡିଆର୍‌ଏଫ୍‌ ଟିମ ଓ ଜିଲା ପ୍ରଶାସନ ନିରନ୍ତର ଲାଗିଥିଲେ।

Share