Categories: ଜାତୀୟ

‘ଅପରେସନ ସମୁଦ୍ରଗୁପ୍ତ’: ୧୨ହଜାର କୋଟିର ଡ୍ରଗ୍ସ ଜବତ, ପାକିସ୍ଥାନ ଲିଙ୍କ୍‌!

ନୂଆଦିଲ୍ଲୀ,୧୪।୫:ଭାରତୀୟ ନୌସେନା ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ମିଳିତ ଅପରେସନ ‘ସମୁଦ୍ରଗୁପ୍ତ’ରେ ବହୁ ପରିମାଣର ଡ୍ରଗ୍ସ ଜବତ କରାଯାଇଛି। କେରଳ ଉପକୂଳବର୍ତ୍ତୀ ଏକ ଜାହାଜରୁ ପ୍ରାୟ ୧୨,୦୦୦କୋଟି ଟଙ୍କା ମୂଲ୍ୟର ପ୍ରାୟ ୨୫୦୦କି.ଗ୍ରା. ମିଥାମଫେଟାମାଇନ ଡ୍ରଗ୍ସ ଜବତ କରାଯାଇଛି। ଆଣ୍ଟି ଡ୍ରଗ୍ସ ଏଜେନ୍ସି କହିଛନ୍ତି ଯେ,ଏହି ଅପରେସନ ଦ୍ୱାରା ଦେଶର ସବୁଠାରୁ ବଡ ମିଥାମଫେଟାମାଇନ ଜବତ ହୋଇଛି। ଏଥିସହ ଜଣେ ପାକିସ୍ତାନୀ ନାଗରିକଙ୍କୁ ଡ୍ରଗ୍ସ ସମ୍ପର୍କରେ ପଚରାଉଚରା ପାଇଁ ଅଟକ ରଖାଯାଇଛି।

ଏନସିବି ଉପ ମହାନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ କହିଛନ୍ତି ଯେ, ‘ଅପରେସନ ସମୁଦ୍ରଗୁପ୍ତ’ ଦ୍ୱାରା ଡ୍ରଗ୍ସ ଜବତ ହୋଇପାରିଛି। ଏହି ଅପରେସନରେ ଆଫଗାନିସ୍ତାନରୁ ଆସୁଥିବା ଔଷଧ ଏବଂ ଡ୍ରଗ୍ସର ସମୁଦ୍ରରେ ଚୋରା ଚାଲାଣକୁ ଟାର୍ଗେଟ କରାଯାଇଥିଲା। ଆଣ୍ଟି ଡ୍ରଗ୍ସ ଏଜେନ୍ସି କହିଛନ୍ତି ଯେ, ଗତ ଦେଢ ବର୍ଷ ମଧ୍ୟରେ ସମୁଦ୍ରର ଦକ୍ଷିଣ ମାର୍ଗ ଦେଇ କରାଯାଉଥିବା ଡ୍ରଗ୍ସ କାରବାରରେ ଏନସିବିର ଏହା ତୃତୀୟ ବଡ ସଫଳତା। ଏହି ଅପରେସନ ଅଧିନରେ ଏପର୍ଯ୍ୟନ୍ତ ପ୍ରାୟ ୩୨୦୦କି.ଗ୍ରା. ମିଥାମଫେଟାମାଇନ, ୫୦୦କି.ଗ୍ରା ହିରୋଇନ ଏବଂ ୫୨୯କି.ଗ୍ରା ହଶିଶ ଜବତ କରାଯାଇଛି।

 

Share