ଓପିଜିସିର ପ୍ରଥମ ୟୁନିଟ୍‌ ବନ୍ଦ: ୨୧୦ ମେଗାୱାଟ ବିଦ୍ୟୁତ୍‌ ଉପ୍ତାଦନ ବାଧାପ୍ରାପ୍ତ

ଲଖନପୁର,୪।୯(ଡି.ଏନ୍‌.ଏ.): ଓଡ଼ିଶା ବିଦ୍ୟୁତ୍‌ ଉପ୍ତାଦନ ନିଗମ(ଓପିଜିସି)ର ବନହରପାଲିସ୍ଥିତ ଇବ ଥର୍ମାଲ ପ୍ରଥମ ୟୁନିଟକୁ ଗୁରୁବାର ବନ୍ଦ କରାଯାଇଛି। ଯାନ୍ତ୍ରିକ ତ୍ରୁଟି ଲାଗି ପ୍ରକଳ୍ପ କର୍ତ୍ତୃପକ୍ଷ ଗୁରୁବାର ବିଳମ୍ବିତ ରାତିରେ ସମ୍ପୃକ୍ତ ୟୁନିଟକୁ ବନ୍ଦ କରିଦେଇଛନ୍ତି। ଫଳରେ ଏଥିରୁ ଉପ୍ତାଦନ ହେଉଥିବା ୨୧୦ ମେଗାୱାଟ ବିଦ୍ୟୁତ୍‌ ବନ୍ଦ ରହିଛି ।

ୟୁନିଟର ରକ୍ଷଣାବେକ୍ଷଣ ଠିକ୍‌ରେ କରାଯାଉ ନ ଥିବାରୁ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଦେଉଛି । ଫଳରେ କମ୍ପାନୀର କୋଟି କୋଟି ଟଙ୍କା କ୍ଷତି ହେଉଛି ବୋଲି ଅଧିକାରୀ ଓ କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ଏ ଦିଗରେ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ଦାବି ହୋଇଛି । ଏନେଇ ପ୍ରକଳ୍ପର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହିମାଂଶୁ ବେହେରା କହିଛନ୍ତି, କମ୍ପାନୀ ତରଫରୁ ଏହାର ମରାମତି ଯୁଦ୍ଧ କାଳୀନ ମଧ୍ୟରେ ଚାଲିଛି। ୨/୩ ଦିନ ମଧ୍ୟରେ ଏହାର ପୁନଃ କାର୍ଯ୍ୟକ୍ଷମ ହେବ।

Share