ଭଦ୍ରକ ଅଫିସ,୧୦ା୩: ଭଦ୍ରକ ଜିଲା ଧାମନଗର ବ୍ଲକ ରଇପୁର ଗ୍ରାମରେ ଏକ ବେଆଇନ କୁକୁଡ଼ା ଫାର୍ମ ନିର୍ମାଣ ବନ୍ଦ ଦାବିରେ ଗ୍ରାମବାସୀ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ଗ୍ରାମର ଦକ୍ଷିଣ ପାର୍ଶ୍ୱରେ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି କୁକୁଡ଼ା ଫାର୍ମ ନିର୍ମାଣ ଆରମ୍ଭ କରୁଛନ୍ତି। କୁକୁଡ଼ା ଫାର୍ମ ହେଲେ ଦୁର୍ଗନ୍ଧରେ ଗ୍ରାମବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ଉକ୍ତ କୁକୁଡ଼ା ଫାର୍ମ ନିର୍ମାଣ ବନ୍ଦ କରିବା ଦାବିରେ ଗ୍ରାମର ଅଭୟ ଖଟୁଆ, ଶାନ୍ତିଲତା ରାଉତ, ନଟବର ରାଉତ, ଲୋକନାଥ ସାହୁ, ରମାକାନ୍ତ ରାଉତଙ୍କ ସମେତ ଗ୍ରାମବାସୀ ଧାରଣାରେ ବସିଛନ୍ତି।