ଭୁବନେଶ୍ୱର,୨୭।୪(ବ୍ୟୁରୋ): ଏବେ ଦେଶ ତଥା ରାଜ୍ୟରେ କରୋନା ପରିସ୍ଥିତି ଜଟିଳ ରହିଛି। ଏଭଳି ସ୍ଥିତିରେ ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ କଗ୍ରେସ ଦାବି କରିଛି। ଦଳ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛି, ହେଲେ ଲୋକଙ୍କ ଜୀବନକୁ ବାଜି ଲଗେଇକି ନୁହେଁ ବୋଲି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି। ସେପଟେ କଂଗ୍ରେସ ଦାବି ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର। ସେ କହିଛନ୍ତି, ନିର୍ବାଚନ କମିସନ ଯେଉଁ ପ୍ରୋଟୋକଲ କରିଛନ୍ତି, ସେହି ଅନୁସାରେ ନିର୍ବାଚନ ହେଉଛି । କୌଣସି ସଭା ଶୋଭାଯାତ୍ରା ନକରିବାକୁ ମଧ୍ୟ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି। ଅନ୍ୟପଟେ କୋଭିଡ ଗାଇଡଲାଇନ ଅନୁସାରେ ଉପର୍ନିବାଚନ କରିବାକୁ କହିଛି ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ନିର୍ବାଚନ ଏକ ଗଣତାନ୍ତ୍ରିକ ପଦ୍ଧତି। ପିପିଲି ନିର୍ବାଚନ ପାଇଁ ନୋଟିଫିକେସନ ହୋଇସାରିଛି। ତେଣୁ ନିର୍ବାଚନ ବନ୍ଦ ହେବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି।