ଶଟ୍‌ଡାଉନ୍‌ରେ ଅଣ୍ଡା, ମାଂସ ହୋମ୍‌ ଡେଲିଭରି କରିବ ଓପୋଲଫେଡ୍‌

ଭୁବନେଶ୍ୱର,୧୧।୭(ବ୍ୟୁରୋ)-କରୋନା ମହାମାରୀ ଯୋଗୁ ଭୁବନେଶ୍ୱର ମହାନଗର ଅଞ୍ଚଳ ପ୍ରତି ସପ୍ତାହରେ ଶନିବାର ଓ ରବିବାର ଶଟ୍‌ଡାଉନ୍‌ ରହୁଛି। ଦୁଇଦିନ ବନ୍ଦ ରହୁଥିବାରୁ ଲୋକେ ଆମିଷ ଖାଦ୍ୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଲୋକଙ୍କ ପାଖରେ କିପରି ଆମିଷ ପହଞ୍ଚତ୍ପାରିବ, ସେଥିପାଇଁ ଓପୋଲଫେଡ୍‌ ପକ୍ଷରୁ ହୋମ୍‌ ଡେଲିଭର ବ୍ୟବସ୍ଥା କରାଯାଇଛି। ଗ୍ରାହକମାନଙ୍କୁ ସତେଜ ଅଣ୍ଡା, ସ୍ବାସ୍ଥ୍ୟପ୍ରଦ କୁକୁଡ଼ା ମାଂସ ଉଚିତ ଦରରେ ଯୋଗାଇ ଦେବା ପାଇଁ ବ୍ୟବସ୍ଥା ହୋଇଛି। ଏସବୁ ଶହୀଦନଗର, ଆଇଆର୍‌ସି ଭିଲେଜ, ଓୟୁଏଟି ପରିସର, ଚନ୍ଦ୍ରଶେଖରପୁର ସ୍ଥିତ ଓପୋଲଫେଡ୍‌ ଚିକେନ୍‌ ଫ୍ରେସ୍‌ ବିକ୍ରୟ କେନ୍ଦ୍ରରୁ ମିଳିପାରିବ। ଗ୍ରାହକମାନେ ଏସବୁ ବିକ୍ରୟ କେନ୍ଦ୍ରକୁ ଫୋନ୍‌ କରି ଅର୍ଡର ଦେଇପାରିବେ। ତେବେ ଗ୍ରାହକଙ୍କୁ ପ୍ରତି ଅର୍ଡର ପିଛା ୫୦ଟଙ୍କା ଅତିରିକ୍ତ ଦେୟ ଦେବାକୁ ପଡ଼ିବ ବୋଲିି ଓପୋଲଫେଡ୍‌ ପକ୍ଷରୁ କୁହାଯାଇଛି।

Share