Categories: ବାଣିଜ୍ୟ

ଓପୋର ନୂତନ ଉତ୍ପାଦ

ଭୁବନେଶ୍ୱର,୧୭।୬: ଦେଶର ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ତଥା ଓପୋ ଇଣ୍ଡିଆର ନୂତନ ଉତ୍ପାଦ ‘ଏଫ୨୭ ପ୍ରୋ+୫ଜି’ର ସର୍ବଭାରତୀୟ ଉନ୍ମୋଚନ (ଶୁଭାରମ୍ଭ) ନିକଟରେ ହୋଇଯାଇଛି। ଏ ସମ୍ପର୍କରେ ଓପୋ ଇଣ୍ଡିଆର ନିର୍ଦ୍ଦେଶକ (ପ୍ରଡକ୍ଟ କମa୍ୟୁନିକେଶନ) ସାଭିଓ ଡିସୁଜା କହିଛନ୍ତି, ଓପୋ ଏଫ୨୭ପ୍ରୋ+୫ଜି ଏକମାତ୍ର ସ୍ମାର୍ଟଫୋନ, ଯାହା ଆଇପି୬୬, ଆଇପି୬୮ ଏବଂ ଆଇପି-୬୯ ରେଟିଙ୍ଗକୁ ବହନ କରୁଛି ଏବଂ ଧୂଳି ଓ ୱାଟର ଡ୍ୟାମେଜ ବିରୋଧରେ ସର୍ବୋଚ୍ଚ ମାନଦଣ୍ଡ ପୂରଣ କରୁଛି। ଏହା ବ୍ୟତୀତ ଏହାର ୩୬୦ଡିଗ୍ରୀ ଆର୍ମର ବଡି ଇନସାଇଡ-ଆଉଟ ସୁରକ୍ଷା ପ୍ରଦାନ ସହିତ ସୁଇସ ଏସଜିଏସ ପ୍ରିମିୟମ ପ୍ରଦର୍ଶନ ମାନଦଣ୍ଡ ଏବଂ ଏମଆଇଏଲ-ଏସଟିଡି-୮୧୦ଏଚ ମେଥଡ ୫୧୬.୮ ଦ୍ୱାରା ପ୍ରମାଣିତ ହୋଇଛି। ଉଲେଖଯୋଗ୍ୟ, ୨୦୨୪ ଜୁନ ୨୦ରୁ ଓପୋ ଏଫ୨୭ ପ୍ରୋ+ ୫ଜି ଘରୋଇ ବଜାରରେ ଉପଲବ୍ଧ ହେବ।

Share