Categories: ବାଣିଜ୍ୟ

ଓପୋ ରେନୋ ସିରିଜ୍‌ ଉନ୍ମୋଚିତ

ଭୁବନେଶ୍ୱର,୧।୮: ଦେଶର ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ତଥା ଓପୋର ବହୁ ପ୍ରତୀକ୍ଷିତ ‘ଓପୋ ରେନୋ ସିରିଜ୍‌’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓପୋ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓପୋ ରେନୋ ସିରିଜକୁ ଓଡ଼ିଶା ବଜାରରେ ପ୍ରବେଶ ସହ ଉନ୍ମୋଚନ ମଧ୍ୟ କରାଯାଇଛି। ବିଶେଷ କରି ଓପୋ ରେନୋ ୧୦ର ସେଲ୍‌ ମଧ୍ୟ ନିକଟରେ ଆରମ୍ଭ ହୋଇଯାଇଛି। ଏହି ହ୍ୟାଣ୍ଡ ସେଟ୍‌ ଓପୋ ଇ-ଷ୍ଟୋର୍‌, ଫ୍ଲିପ୍‌କାର୍ଟ ଓ ମେନ୍‌ଲାଇନ୍‌ ରିଟେଲ୍‌ ଆଉଟ୍‌ଲେଟଗୁଡିକରେ ଉପଲବ୍ଧ। ସେହିଭଳି ରେନୋ ୧୦ ୫ଜିରେ ଏକ ଅଲ୍‌ଟ୍ରା-ସ୍ଲିମ୍‌ ବଡି ରହିଛି। ବିଶେଷ କରି ଏହା ଏକ ୩ଡି କର୍ଭଡ୍‌ ଡିଜାଇନ୍‌ ସହ ଆଇସ୍‌ ବ୍ଲୁ ଓ ସିଲ୍‌ଭରି ଗ୍ରେ କଲରରେ ଉପଲବ୍ଧ। ଏଥିରେ ୧୨୦ ଏଚ୍‌ଜେଡ୍‌ ୬.୭ ଇଞ୍ଚ ଆମୋଲେଡ୍‌ ଡିସ୍‌ପ୍ଲେ ଓ ଏକ ୯୩% ସ୍କ୍ରିନ୍‌-ଟୁ-ବଡି ରେସିଓ ରହିଛି। ଏହା ଏକ ଡ୍ରାଗନ୍‌ଟ୍ରେଲ୍‌ ଷ୍ଟାର୍‌ ୨ ଡିସ୍‌ପ୍ଲେ ଓ ଏକ ମଜଭୁତ ପଲିକାର୍ବୋନେଟ୍‌ ବ୍ୟାକ୍‌ ସହିତ ଆସୁଛି। ଏହି ସ୍ମାର୍ଟଫୋନରେ ୬୪ଏମ୍‌ପି ଓଭି୬୪ବି ଅଲ୍‌ଟ୍ରା-କ୍ଲିୟର ମେନ୍‌ କ୍ୟାମେରା, ଏକ ୩୨ଏମ୍‌ପି ଆଇଏମ୍‌ଏକ୍ସ୭୦୯ ଟେଲିଫଟୋ ପୋର୍ଟ୍ରେଟ୍‌ କ୍ୟାମେରା, ୮ଏମ୍‌ପି ଆଇଏମ୍‌ଏକ୍ସ ୩୫୫ ୧୧୨ଂ ଅଲ୍‌ଟ୍ରା-ୱାଇଡ୍‌ କ୍ୟାମେରା ଓ ଏକ ୩୨ଏମ୍‌ପି ଓଭି୩୨ସି ଅଲ୍‌ଟ୍ରା-କ୍ଲିୟର ସେଲ୍‌ଫି କ୍ୟାମେରା ସାମିଲ ରହିଛି। ଏହାର ୫୦୦୦ ଏମ୍‌ଏଏଚ୍‌ ବ୍ୟାଟେରି ରେନୋ ସିରିଜ୍‌ରେ ସବୁଠାରୁ ବଡ ବ୍ୟାଟେରି ହୋଇଥିବା ବେଳେ ଏହାର ୬୭ୱାଟ୍‌ ସୁପର୍‌ଭିଓଓସି ଡିଭାଇସ୍‌କୁ କେବଳ ୪୭ମିନିଟ୍‌ରେ ୧୦୦% ଚାର୍ଜ କରିଥାଏ।

Share