Categories: ବାଣିଜ୍ୟ

ଓପୋର ରେନୋ ସିରିଜ

ଭୁବନେଶ୍ୱର,୧୪।୭:ଓପୋର ବହୁ ପ୍ରତୀକ୍ଷିତ ତଥା ରେନୋ ସିରିଜର ନୂତନ ଉପତ୍ାଦଗୁଡ଼ିକ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷକରି ରେନୋ-୧୦ପ୍ରୋ+ ୫ଜି, ରେନୋ-୧୦ପ୍ରୋ ୫ଜି ଓ ରେନୋ-୧୦ ୫ଜି ୪ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହୁଥିବା ବ୍ୟାଟେରି ପାଇଁ ବିଏଚ୍‌ଇ, ଫାଷ୍ଟ୍‌ ଚାର୍ଜିଂ ପାଇଁ ସୁପର ଭିଓଓସି ଟିଏମ୍‌ ଓ ଡାଇନାମିକ୍‌ କମ୍ପ୍ୟୁଟିଂ ଇଞ୍ଜିନ ଭଳି ଓପୋ ଟେକ୍ନୋଲୋଜି ଉଦ୍ଭାବନଗୁଡିକ ସହ ଆସୁଛି। ଏ ସମ୍ପର୍କରେ ଓପୋ ଇଣ୍ଡିଆର ଚିଫ୍‌ ମାର୍କେଟିଂ ଅଫିସର ଦମୟନ୍ତ ସିଂହ ଖାନୋରିଆ କହିଛନ୍ତି, ରେନୋ୧୦ ସିରିଜ୍‌ର ଶୁଭାରମ୍ଭ ସହ ଆମେ ଗ୍ରାହକଙ୍କୁ ଚମତ୍କାର ଅନୁଭୂତି ପ୍ରଦାନ କରିବା ପାଇଁ ଆମର ଅତ୍ୟାଧୁନିକ ଟେଲିଫଟୋ କ୍ୟାମେରା ଓ ଘରୋଇ ସୁପରଭିଓଓସି ଫ୍ଲାଶ୍‌ ଚାର୍ଜିଂ ଟେକ୍ନୋଲୋଜି ମାଧ୍ୟମରେ ପୋଟ୍ରେଟ୍‌ ଫଟୋଗ୍ରାଫିକୁ ବୈପ୍ଳବିକ କରିଛୁ।

Share