Categories: ଜାତୀୟ

ଚାଇନା ସହ ମୁହାଁମୁହିଁ ପରିସ୍ଥିତିକୁ ନେଇ ଗୃହରେ ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ,୧୩।୧୨: ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ପ୍ରସଙ୍ଗରେ ବିରୋଧୀ ଦଳ ପାର୍ଲାମେଣ୍ଟରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଏହାକୁ ନେଇ ଉଭୟ ଗୃହରେ ବିରୋଧର ହଙ୍ଗାମା ଜାରି ରହିଛି। ବିରୋଧୀଙ୍କ ହଙ୍ଗାମା ଯୋଗୁ ଲୋକ ସଭା ପ୍ରକ୍ରିୟା ଦିନ ୧୨.୦୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଉତ୍ତର ମାଗୁଥିବାବେଳେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଏବଂ କଂଗ୍ରେସ ଏମ୍‌ପି ମନୀଷ ତିୱାରୀ ଆଡଜର୍ଣ୍ଣମେଣ୍ଟ ମୋସନ ନୋଟିସ ଦେଇଛନ୍ତି।
ସୂଚନାଯୋଗ୍ୟ,: ଅରୁଣାଚଳ ପ୍ରଦେଶର ତୱାଙ୍ଗ ଠାରେ ଭାରତ ଏବଂ ଚାଇନା ମଧ୍ୟରେ ପୁଣି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୬ ଜଣ ଭାରତୀୟ ସେନା ଆହତ ହୋଇଥିବା ବେଳେ ଚାଇନାର ୧୨ରୁ ଅଧିକ ସେନା ଆହତ ହୋଇଛନ୍ତି।

Share