ପାଟନା: ଆଇଏଏସ୍ ଅଫିସର୍ଙ୍କୁ ସାନିଟାରି ନ୍ୟାପ୍କିନ୍ ବିଷୟରେ ପ୍ରଶ୍ନ ପଚାରି ଚର୍ଚ୍ଚାକୁ ଆସିଥିବା ପାଟନାର ରିୟାଙ୍କୁ କମର୍ସିଆଲ ଆଡ୍ ପାଇଁ ସୁଯୋଗ ମିଳିଛି। ଏକ ନ୍ୟାପ୍କିନ୍ କମ୍ପାନୀ ରିୟାଙ୍କୁ ନେଇ ବିଜ୍ଞାପନ କରିବାକୁ ବାହାରିଛି। ଏଥିସହ ଡିଗ୍ରୀ ପର୍ଯ୍ୟନ୍ତ ରିୟାଙ୍କ ପାଠପଢ଼ା ପାଇଁ ଖର୍ଚ୍ଚ ହେବାକୁ ଥିବା ଟଙ୍କା କମ୍ପାନୀ ବହନ କରିବ ବୋଲି କୁହାଯାଉଛି। ପାଟନାର କମଳା ନେହେରୁ ନଗରରେ ରିୟାଙ୍କ ଘର। ନ୍ୟାପ୍କିନ୍ କମ୍ପାନୀ ରିୟାଙ୍କୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ମାଗଣା ପ୍ୟାଡ୍ ଯୋଗାଇବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିବା ରିୟା କହିଛନ୍ତି। ନିକଟରେ ବିହାର ତକ୍ ନାମରେ ଏକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଆଇଏଏସ୍ ଅଫିସର ହରଜୋତ୍ କୌର ଯୋଗ ଦେଇଥିଲେ। ଝିଅମାନଙ୍କୁ ମାଗଣାରେ ସାନିଟାରି ନ୍ୟାପ୍କିନ୍ ଯୋଗାଇ ଦେବା ଲାଗି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ରିୟା କହିଥିଲେ।