Categories: ଖେଳ

ହାମିଲଟନଙ୍କ ପାଇଁ ସୁଯୋଗ

ବୁଦାପେଷ୍ଟ, ୧୬ା୭ (ଏପି)- ଆସନ୍ତା ରବିବାର ଆୟୋଜିତ ହେବାକୁଥିବା ହଙ୍ଗେରିଆନ ଫର୍ମୁଲା ଓ୍ବାନ୍‌ ଗ୍ର୍ରଁାପ୍ରିରେ ବିଜୟ ଲାଭ କରିପାରିଲେ ଲୁଇସ୍‌ ହାମିଲଟନ ଗୋଟିଏ ଟ୍ରାକ୍‌ରେ ସର୍ବାଧିକ ବିଜୟ ହାସଲ କରିବାରେ ମାଇକେଲ ସୁମାକରଙ୍କ ନାମରେ ରହିଥିବା ରେକର୍ଡର ସେ ସମକକ୍ଷ ହୋଇପାରିବେ। ପୁନଶ୍ଚ ସର୍ବାଧିକ ୯୧ ଥର ଗ୍ରାଁ ପ୍ରି ଟାଇଟଲ ଲାଭ କରି ସୁମାକର ଯେଉଁ ରେକର୍ଡ କରିଛନ୍ତି ତାହାଠାରୁ ମାତ୍ର ୫ଟି ବିଜୟ ଦୂରରେ ସେ ରହିବେ। ଗତ ସପ୍ତାହରେ ଅଷ୍ଟ୍ରିଆରେ ଷ୍ଟାଇରିଆନ ଗ୍ରାଁ ପ୍ରିରେ ଟାଇଟଲ ହାସଲ କରିଥିବା ଏହି ବ୍ରିଟିଶ ଡ୍ରାଇଭର ରବିବାର ରେସ୍‌ ଜିିତିପାରିଲେ ହଙ୍ଗେରିଆନ ଟ୍ରାକ୍‌ରେ ଏହା ହେବ ତାଙ୍କର ୮ମ ବିଜୟ। ସୁମାକରଙ୍କ ଗୋଟିଏ ଭେନ୍ୟୁରେ ସର୍ବାଧିକ ବିଜୟ ରେକର୍ଡ ଫ୍ରେଞ୍ଚ୍‌ ଗ୍ରାଁପ୍ରିରେ ରହିଛି। ହାମିଲଟନ ୨୦୦୭ରେ ହଙ୍ଗେରିଆନ ଗ୍ରାଁ ପ୍ରିରେ ତାଙ୍କର ପ୍ରଥମ ବିଜୟ ହାସଲ କରିଥିଲେ। ସେ କହିଛନ୍ତି, ସୁମାକର ତାଙ୍କ କ୍ୟାରିୟରରେ କେତେ ଚାମ୍ପିୟନଶିପ୍‌ରେ ଭାଗ ନେଇଛନ୍ତି ଓ କେତେ ବିଜୟ ହାସଲ କରିଛନ୍ତି ଏବଂ କିପରି ରେକର୍ଡ ପରେ ରେକର୍ଡ କରି ଚାଲିଥିଲେ ତାହା ସବୁବେଳେ ମୋ ମନରେ ଉଙ୍କିମାରିଥାଏ।

Share