ମହାକାଶ ବିଜ୍ଞାନ ସମ୍ପର୍କରେ ଜାଣିବାର ସୁଯୋଗ

ଭୁବନେଶ୍ୱର, ୧୪ା୨(ବ୍ୟୁରୋ):ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଅନ୍ତରୀକ୍ଷ ଉପଯୋଗ କେନ୍ଦ୍ର(ଏସ୍‌ଏସି)-ବିକ୍ରମ ସରାଭାଇ ମହାକାଶ ପ୍ରଦର୍ଶନୀ(ଭିଏସ୍‌ଏସ୍‌ଇ), ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ କ୍ୟାପିଟାଲ ହାଇସ୍କୁଲ୍‌ ପରିସରରେ ଆରମ୍ଭ ହୋଇଛି ‘ସ୍ପେସ୍‌ ଅନ୍‌ ହୁଇଲ୍‌’ ପ୍ରଦର୍ଶନୀ। ରବିବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଛନ୍ତି। ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ମହାକାଶ ଓ ମହାକାଶ ବିଜ୍ଞାନ ସମ୍ପର୍କରେ ଜ୍ଞାନ ଆହରଣ ନିମନ୍ତେ ଏହି ପ୍ରଦର୍ଶନୀ ସୁଯୋଗ ଦେଇଛି। ଛାତ୍ରୀଛାତ୍ରଙ୍କ ବିଜ୍ଞାନ ସମ୍ପର୍କିତ ଜିଜ୍ଞାସା ପୂରଣ ଦିଗରେ ଏହା ଯଥେଷ୍ଟ ସହାୟକ ହେବ ବୋଲି ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। ବିଜ୍ଞାନ ଓ କାରିଗରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଏହି ପ୍ରଦର୍ଶନୀ ବିଦ୍ୟାର୍ଥୀଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହେବ। ଏହି ତିନିଦିନିଆ ପ୍ରଦର୍ଶନୀରେ ସ୍ଥାନୀୟ ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଛାତ୍ରୀଛାତ୍ର ଯୋଗଦେଇ ‘ଇସ୍ରୋ’ର କାର୍ଯ୍ୟକ୍ରମ ଓ ମହାକାଶ ବିଜ୍ଞାନ ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ‘ଇସ୍ରୋ’ର ଗ୍ରୁପ୍‌ ଡାଇରେକ୍ଟର ଡ. ପରୁଲ୍‌ ପଟେଲ୍‌ ମୁଖ୍ୟବକ୍ତା ଭାବେ ଯୋଗଦେଇ ଦେଶରେ ବିଜ୍ଞାନର ଅଗ୍ରଗତି ଏବଂ ଜୀବନରେ ବିଜ୍ଞାନର ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖୋର୍ଦ୍ଧା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏପରି ପ୍ରଦର୍ଶନୀରେ ଛାତ୍ରୀଛାତ୍ର ସାମିଲ ହେବା ସହିତ ‘ଇସ୍ରୋ’ରୁ ଆସିଥିବା ବୈଜ୍ଞାନିକଙ୍କଠାରୁ ଆବଶ୍ୟକ ଜ୍ଞାନ ଆହରଣ ସହ ବିଜ୍ଞାନ ବା ମହାକାଶ ବିଜ୍ଞାନ ସଂକ୍ରାନ୍ତ ସନ୍ଦେହ ଦୂର କରିପାରିବେ। ସୋମବାର ରାଜ୍ୟର ୩,୯୦୬ଟି ୫-‘ଟି’ ରୂପାନ୍ତରିତ ବିଦ୍ୟାଳୟର ଛାତ୍ରୀଛାତ୍ର ଏହି ପ୍ରଦର୍ଶନୀକୁ ଦେଖିପାରିବେ। ଏ ସମସ୍ତ ସ୍କୁଲରେ ‘ୟୁ-ଟ୍ୟୁବ୍‌ ଲାଇଭ୍‌’ ମାଧ୍ୟମରେ ସିଧାପ୍ରସାରଣ ବ୍ୟବସ୍ଥା କରାଯାଉଛି ବୋଲି ଜିଲାପାଳ କହିଥିଲେ। ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ କୁମାର ରାଉତ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀ ତଥା ବିଜ୍ଞାନକୁ ନେଇ ମତ ରଖିଥିଲେ। ବରିଷ୍ଠ ବୈଜ୍ଞାନିକ ଲକ୍ଷ୍ମୀନାରାୟଣ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଖୋର୍ଦ୍ଧା ଜିଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରଦର୍ଶନୀ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିବସରେ ପ୍ରାୟ ୧,୬୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଓ ଏକ ହଜାରରୁ ଊର୍ଦ୍ଧ୍ୱ ସାଧାରଣ ନାଗରିକ ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକୁ ପରିଦର୍ଶନ କରି ମହାକାଶ ବିଜ୍ଞାନ ସମ୍ପର୍କରେ ଜାଣିବାର ସୁଯୋଗ ପାଇଥିଲେ। ସୋମବାର ଛାତ୍ରୀଛାତ୍ରଙ୍କ ପାଇଁ ଏହି ପ୍ରଦର୍ଶନୀ ସକାଳ ୯ଟା ୩୦ରୁ ଅପରାହ୍ନ ୪ଟା ଏବଂ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲାରହିବ। ସୋମବାର ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଏହି ପ୍ରଦର୍ଶନୀ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫୭ ନୂଆ ଏନ୍‌ଏସି ପ୍ରସ୍ତାବ: ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଜିଲାପାଳଙ୍କୁ ଚିଠି

ଭୁବନେଶ୍ୱର,୬ା୧୧(ଅନିଲ ଦାସ)ରାଜ୍ୟରେ ପ୍ରସ୍ତାବିତ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ପାଇଁ ରାଜ୍ୟ ସରକାର ୨୩ ଜିଲାରୁ ସବିଶେଷ ତଥ୍ୟ ଆହ୍ବାନ କରିଛନ୍ତି। ଜନସଂଖ୍ୟାଠାରୁ ଆରମ୍ଭକରି...

ଭରତପୁର ଥାନାରେ ନିର୍ଯାତନା ଘଟଣା:୩୦୦ରୁ ଊର୍ଦ୍ଧ୍ୱ ସତ୍ୟପାଠ ଦାଖଲ

ଭୁବନେଶ୍ୱର,୬ା୧୧(ସତ୍ୟଜିତ୍‌ ରାଉତ):ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ କ୍ରାଇମବ୍ରାଞ୍ଚ ଅଧିକ ତଦନ୍ତ ଜାରି ରଖିଛି। ଏଥିସହ ବିଚାର ବିଭାଗୀୟ ଯାଞ୍ଚ...

ନରମିଲା ଇସ୍କନ: ଅଦିନିଆ ରଥଯାତ୍ରା ବନ୍ଦ

ଭୁବନେଶ୍ୱର,୬।୧୦(ବନ୍ଦନା ସେଠୀ):ଶେଷରେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ଆଗରେ ମୁଣ୍ଡ ନୁଆଁଇଛି ଇସ୍କନ। ଆମେରିକାର ହ୍ୟୁଷ୍ଟନ୍‌ରେ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ପୁରୀ ଶଙ୍କରାଚାର୍ଯ୍ୟ, ଗଜପତି...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ହିତାଧିକାରୀଙ୍କୁ ମିଳିବ ଆଗୁଆ ୩ମାସର ଚାଉଳ

ଭୁବନେଶ୍ୱର,୫ା୧୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷାକରି ହିତାଧିକାରୀମାନଙ୍କୁ ୩ ମାସର ଚାଉଳ ଆଗୁଆ ପ୍ରଦାନ...

ଯବାନଙ୍କ ଉପରକୁ ଆକ୍ରମଣ କରି ଅସ୍ତ୍ରଶସ୍ତ୍ର ଲୁଟ୍‌, ଫଟୋ ଭାଇରାଲ କରି ମାଓବାଦୀ ଲେଖିଲେ PLGA

ମାଲକାନଗିରି,୫ା୧୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡରେ ଗତ ଦୁଇ ଦିନ ପୂର୍ବରୁ ମାଓବାଦୀମାନେ ୨ଯବାନଙ୍କ ଉପରକୁ ଆକ୍ରମଣକରି ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଛଡାଇ ନେଇଥିଲେ। ଏହାର ଏକ ଫଟୋ...

କଣ୍ଟାବାଞ୍ଜିରେ ଲଢିବା ଚକ୍ରାନ୍ତକୁ ନେଇ ମୁହଁ ଖୋଲିଲେ ନବୀନ, କହିଦେଲେ ଏତେ ବଡ଼ କଥା

ଭୁବନେଶ୍ୱର,୫।୧୧: କିଛିଦିନ ପୂର୍ବରୁ ନବୀନ ପଟ୍ଟନାୟକଙ୍କୁ ନେଇ ସାଂଘାତିକ ବୟାନ ଦେଇଥିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ଏହାପରେ ତାଙ୍କ ସ୍ବାମୀ ଦେବୁଲି ଦାସ ମଧ୍ୟ...

ସପ୍ତାହେ ଧରି ଯୋଜନା, ୨ ସାଙ୍ଗଙ୍କୁ ଧରି ସ୍ତ୍ରୀଙ୍କୁ ହତ୍ୟା ପରେ ନାଟକ ରଚିଥିଲେ ସ୍ବାମୀ; ଧରାଇଦେଲା ଫୋନ୍‌

କୋରାପୁଟ/ନନ୍ଦପୁର,୫।୧୧(ଅମିତାଭ ବେହେରା/ସୁନିଲ କୁମାର ପଣ୍ଡା): ନିଜେ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରି ରଚିଥିଲେ ନାଟକ। ସେ ଏଭଳି କାନ୍ଦି କାନ୍ଦି ଗଡ଼ୁଥିଲେ ଯେ ତାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri