Categories: ବାଣିଜ୍ୟ

ଓପୋର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୩୧।୭: ଓପୋ ଇଣ୍ଡିଆର ନୂତନ ଉତ୍ପାଦ ‘କେ୧୨ଏକ୍ସ ୫ଜି’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଏଥିରେ ଏମ୍‌ଆଇଏଲ୍‌-ଏସ୍‌ଟିଡି-୮୧୦ଏଚ୍‌ ମିଲିଟାରି ଗ୍ରେଡ୍‌ ସାର୍ଟିଫିକେଶନ ସହିତ ସେଗ୍‌ମେଣ୍ଟ-ଅଗ୍ରଣୀ ସ୍ଥାୟିତ୍ୱ, ଧୂଳି ଓ ଜଳ ପ୍ରତିରୋଧ ପାଇଁ ଆଇପି୫୪ ରେଟିଂ ଏବଂ ସେଗ୍‌ମେଣ୍ଟର ପ୍ରଥମ ସ୍ପ୍ଲାଶ୍‌ ଟଚ୍‌ ଟେକ୍ନୋଲୋଜି ଆଦି ସାମିଲ ରହିଛି। ଫଳରେ ଉପଭୋକ୍ତାମାନେ ଓଦା ଆଙ୍ଗୁଠିରେ ମଧ୍ୟ ଏହାର ଟଚ୍‌ସ୍କ୍ରିନ୍‌କୁ ପରିଚାଳନା କରିପାରିବେ। ସେହିଭଳି ଏହି ଫୋନ୍‌ ବକ୍ସରେ ଏକ ଆଣ୍ଟି-ଡପ୍ରସିଲ୍ଡ କେସ୍‌ ଓ ଏକ ମଜଭୁତ ବ୍ୟାକ୍‌ ସେଲ୍‌ ସହ ଆସୁଛି। ଏପରିକି ୭.୬୮ଏମ୍‌ଏମ୍‌ ଅଲ୍‌ଟ୍ରା-ସ୍ଲିମ ଓପୋ କେ୧୨ଏକ୍ସ ୫ଜିର ଓଜନ କେବଳ ୧୮୬ଗ୍ରାମ ଏବଂ ଏହା ଏକ ଫ୍ରିଙ୍ଗରପ୍ରିଣ୍ଟ୍‌-ରେଜିଷ୍ଟାଣ୍ଟ୍‌ ମିଡ୍‌-ଫ୍ରେମ୍‌ ସହ ଆସୁଛି। ସେହିପରି ଓପୋର ଏହି ନୂତନ ଫୋନ ଦୁଇଟି ଆକର୍ଷଣୀୟ ରଙ୍ଗ ଯଥା ବ୍ରିଜ୍‌ ବ୍ଲୁ ଓ ମିଡ୍‌ନାଇଟ ଭାୟୋଲେଟ୍‌ରେ ଉପଲବ୍ଧ ହେଉଛି ଏବଂ ଏହା ଓପୋ ଇ-ଷ୍ଟୋର ଓ ଫ୍ଲିପ୍‌କାର୍ଟରେ ୨୦୨୪ ଅଗଷ୍ଟ ୨ରୁ ଉପଲବ୍ଧ ହେବ। ଏ ସମ୍ପର୍କରେ ଓପୋ ଇଣ୍ଡିଆର ପ୍ରଡକ୍ଟ କମ୍ୟୁନିକେଶନ୍ସ ବିଭାଗ ମୁଖ୍ୟ ସାଭିଓ ଡି’ସୁଜା କହିଛନ୍ତି, ଓପୋ କେ୧୨ଏକ୍ସ ୫ଜି ହେଉଛି ୧୫,୦୦୦ ଟଙ୍କାରୁ କମ୍‌ ମୂଲ୍ୟ ଅଧୀନରେ ‘ଏମ୍‌ଆଇଏଲ୍‌-ଏସ୍‌ଟିଡି-୮୧୦ଏଚ୍‌’ ଡ୍ୟୁରାବିଲିଟି ଷ୍ଟାଣ୍ଡାର୍ଡ ଥିବା ପ୍ରଥମ ହ୍ୟାଣ୍ଡସେଟ୍‌।

Share