ଅଗ୍ନିପଥକୁ ବିରୋଧ କରି ଜୟପୁରରେ ବିକ୍ଷୋଭ

ଜୟପୁର,୧୮ା୬ (ନି.ପ୍ର.): ଅଗ୍ନିପଥକୁ ବିରୋଧ କରି ଅଖିଳ ଭାରତ ଯୁବ ସଂଘ ପକ୍ଷରୁ ଜୟପୁର ମୁଖ୍ୟ ଟ୍ରାଫିକ ଛକରେ ଶନିବାର ଗଣବିକ୍ଷୋଭ କରାଯାଇଥିଲା। ଏପରିକି ତୁରନ୍ତ ଅଗ୍ନିପଥ ଯୋଜନାକୁ ବାତିଲ କରିବା, ରାଜ୍ୟ ଓ କେନ୍ଦ୍ରର ସମସ୍ତ ସରକାରୀ ଓ ନିଗମରେ ଖାଲିଥିବା ପଦବୀ ପୂରଣ କରିବା, ସରକାରୀ କାମରେ ଠିକା ଚୁକ୍ତି, ଅସ୍ଥାୟୀ, ଅତିଥି ଶିକ୍ଷକ ବ୍ୟବସ୍ଥା ଉଚ୍ଛେଦ, ସମାନ କାମକୁ ସମାନ ଦରମା, ଅବସର ପରେ ପେନସନ ବ୍ୟବସ୍ଥା ଲାଗୁ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ବିକ୍ଷୋଭରେ ସଂଘର ରାଜ୍ୟ ଯୁଗ୍ମ ସମ୍ପାଦକ କୁମର ଜାନି, ପ୍ରମୋଦ, ମହାନ୍ତି, ଯୁଧିଷ୍ଠିର ରାଉଳ, ଉତ୍ତମ ମଲ୍ଲିକଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ।

Share