ବିପରୀତ ନିଷ୍ପତ୍ତି

ଆଗକୁ ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ଇଲେକ୍‌ସନ କମିଶନ ଅଫ୍‌ ଇଣ୍ଡିଆ (ଇସିଆଇ) ଏହି ୨ ରାଜ୍ୟରେ ପୋଲିସ ନିଯୁକ୍ତି ପରିଚାଳନାରେ ଦୁଇଟି ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଛି। ଝାଡ଼ଖଣ୍ଡରେ ଜୁଲାଇ ୨୦୨୪ରେ ନିଯୁକ୍ତ କାର୍ଯ୍ୟନିର୍ବାହୀ ପୋଲିସ ମହାନିର୍ଦ୍ଦେଶକ (ଏଡିଜିପି) ଅନୁରାଗ ଗୁପ୍ତାଙ୍କୁ ହଟାଇବାକୁ ଇସିଆଇ ନିର୍ଦ୍ଦେଶ ଦେଇଛି। ପୂର୍ବ ନିର୍ବାଚନ ସମୟରେ ଗୁପ୍ତାଙ୍କ ବିରୋଧରେ ଆସିଥିବା ଅନେକ ଅଭିଯୋଗ ତାଙ୍କ ନିଷ୍ପକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲା ଏବଂ ତାହାକୁ ଭିତ୍ତିକରି ଇସିଆଇ ଏଭଳି ନିଷ୍ପତ୍ତି ନେଇଛି। ନିଯୁକ୍ତି ପାଇଁ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ଏକ ତାଲିକା ଦାଖଲ କରିବାକୁ ଝାଡ଼ଖଣ୍ଡ ସରକାରଙ୍କୁ କୁହାଯାଇଛି ଏବଂ ଅଜୟ କୁମାର ସିଂଙ୍କୁ ଡିଜିପି ଭାବରେ ପୁନଃ ନିଯୁକ୍ତ କରାଯିବ ବୋଲି ଆଶା କରାଯାଉଛି। ଅପରପକ୍ଷରେ ମହାରାଷ୍ଟ୍ରରେ ଡିଜିପି ରଶ୍ମି ଶୁକ୍ଳାଙ୍କୁ ହଟାଇବା ପାଇଁ ମହାରାଷ୍ଟ୍ର କଂଗ୍ରେସର ଦାବିକୁ ଇସିଆଇ ପ୍ରତ୍ୟାଖ୍ୟାନ କରିଛି। ବିରୋଧୀଦଳର ନେତା ନାନା ପାଟୋଲେ ଦାବି କରିଛନ୍ତି, ଶୁକ୍ଳାଙ୍କ ଅବସର ପରେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବା ମହାରାଷ୍ଟ୍ର ପୋଲିସ ଆଇନକୁ ଉଲ୍ଲଂଘନକରେ ଏବଂ ଶାସକ ଦଳକୁ ଅନ୍ୟାୟଭାବେ ଲାଭହେବା ଲାଗି ଏହା ଉଦ୍ଦିଷ୍ଟ। ତେବେ ଇସିଆଇ ସ୍ପଷ୍ଟ କରିଛି, ତାଙ୍କ ନିଯୁକ୍ତିକୁ କେନ୍ଦ୍ର ଲୋକସେବା ଆୟୋଗ(ୟୁପିଏସ୍‌ସି) ଅନୁମୋଦନ କରିଥିବାରୁ ନିର୍ବାଚନ ସମୟରେ ସ୍ଥିତି ଅପରିବର୍ତ୍ତିତ ରହିବ। ସମାନ ପ୍ରସଙ୍ଗକୁ ନିୟନ୍ତ୍ରଣ କରିବାରେ ଏହି ୨ ରାଜ୍ୟରେ ଇସିଆଇର ଭିନ୍ନ ନିଷ୍ପତ୍ତି ଏକ ଅସଙ୍ଗତିକୁ ଦର୍ଶାଉଛି। ଏହାକୁ ନେଇ ବିରୋଧୀଙ୍କ ପକ୍ଷରୁ ପକ୍ଷପାତିତାର ଅଭିଯୋଗ ହୋଇଛି। ନିର୍ବାଚନର ସ୍ବଚ୍ଛତା ପାଇଁ ଇସିଆଇର ପ୍ରତିବଦ୍ଧତା ଉପରେ ପ୍ରଶ୍ନ ଉଙ୍କିମାରୁଛି।
ନିଯୁକ୍ତିରେ ଅନିଶ୍ଚିତତା
ନିକଟରେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନିଙ୍କ ମୁଖ୍ୟ ପ୍ରମୁଖ ସଚିବ ଭାବେ ରାଜେଶ ଖୁଲ୍ଲାରଙ୍କୁ ନିଯୁକ୍ତ କରାଯିବାର କିଛି ଘଣ୍ଟା ପରେ ହଠାତ୍‌ ନିଷ୍ପତ୍ତି ସ୍ଥଗିତ ହେବା ଏକ ଅପ୍ରତ୍ୟାଶିତ ମୋଡ଼ ନେଇଥିଲା। ଖୁଲ୍ଲାରଙ୍କ ନିଯୁକ୍ତିକୁ ନେଇ ହଠାତ୍‌ ନିଷ୍ପତ୍ତି ବଦଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଏବଂ ଏହା ପ୍ରଚ୍ଛଦରେ କ’ଣ ଘଟୁଛି ବୋଲି ଅନେକେ ପ୍ରଶ୍ନ କରିଥିଲେ। ବିଶ୍ୱବ୍ୟାଙ୍କରେ ଭାରତ ଓ ଏହାର ପଡ଼ୋଶୀଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଖୁଲ୍ଲାରଙ୍କୁ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ହରିୟାଣାକୁ ଫେରାଇ ଅଣାଯାଇଥିଲା ଏବଂ ମନେକରାଯାଉଥିଲା ଶୀର୍ଷ ପ୍ରଶାସନିକ ପଦବୀ ପାଇଁ ସେ ହିଁ ପସନ୍ଦ। ତେବେ ରାଜନୈତିକ ବ୍ୟକ୍ତିମାନଙ୍କ ମତରେ, ଶାସକ ଦଳର ଏକ ଆଭ୍ୟନ୍ତରୀଣ ଗୋଷ୍ଠୀ ତାଙ୍କ ଚୂଡ଼ାନ୍ତ ନିଯୁକ୍ତିରେ ବିଳମ୍ବ କରିଥାଇପାରନ୍ତି। ମୁଖ୍ୟ ସଚିବ ଟିଭିଏସ୍‌ଏନ୍‌ ପ୍ରସାଦ ଚଳିତ ମାସ ଶେଷରେ ଅବସର ନେବାକୁ ଯାଉଥିବାରୁ ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତ କରାଯିବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଆଲୋଚନା ହେଉଛି, ପୂର୍ବରୁ ବରିଷ୍ଠ କେନ୍ଦ୍ର ସଚିବମାନେ ସେମାନଙ୍କ ରାଜ୍ୟ କ୍ୟାଡରକୁ ପ୍ରତ୍ୟାବର୍ତ୍ତନକରି ମୁଖ୍ୟ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଥିବାରୁ ଏ କ୍ଷେତ୍ରରେ ସେଭଳି ସମାନ ପଦ୍ଧତି କେନ୍ଦ୍ର ଅନୁସରଣ କରିପାରନ୍ତି। ନିକଟରେ ମଧ୍ୟପ୍ରଦେଶ, ବିହାର ଏବଂ ରାଜସ୍ଥାନରେ ଏହା ଘଟିଥିବା ଆମେ ଦେଖିଛୁ। ଯେହେତୁ ପ୍ରସାଦଙ୍କ ଅବସର ପାଖେଇ ଅସୁଛି ଏବଂ ଡିଓପିଟି ସଚିବ ବିବେକ ଜୋଷୀଙ୍କର ଚାକିରି କାଳ ବାକି ଥିବାରୁ ତାଙ୍କୁ ଜଣେ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବରେ ଦେଖାଯାଉଛି। ପ୍ରମୁଖ ନିଯୁକ୍ତିଗୁଡ଼ିକୁ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ହରିୟାଣାର ନେତୃତ୍ୱ ଆଗାମୀ ଦିନରେ କିପରି ପ୍ରଶାସନିକ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଫୋନ୍‌ ନୀତି ବିଭେଦ
ବୈଠକ ସମୟରେ ମୋବାଇଲ ଫୋନ୍‌ ନୀତିକୁ ନେଇ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀଙ୍କ ମଧ୍ୟରେ ବିଭେଦ ରହିଥିବା ଗୁଜରାଟ ସମାଚାର ଡିଜିଟାଲ ଦ୍ୱାରା କରାଯାଇଥିବା ସର୍ଭେରୁ ଜଣାପଡ଼ିଛି। ଗୁଜରାଟରେ ଗୋଟିଏ ପଟେ ଆଇଏଏସ୍‌ ଅଧିକାରୀମାନେ ପରିଦର୍ଶକ ବା ଆଗନ୍ତୁକଙ୍କୁ ଫୋନ୍‌ ପାଖରେ ରଖିବାକୁ ଅନୁମତି ଦେଇ ସ୍ବଚ୍ଛତା ଏବଂ ଉପଲବ୍ଧତାକୁ ସମର୍ଥନ କରନ୍ତି। ଅନ୍ୟପକ୍ଷରେ କେତେଜଣ ଆଇପିଏସ୍‌ ଅଧିକାରୀ ସମ୍ବେଦନଶୀଳ ତଥ୍ୟର ଅନଧିକୃତ ରେକର୍ଡିଂକୁ ଭୟକରି ଦର୍ଶକମାନେ ସେମାନଙ୍କ ଫୋନ୍‌ ବାହାରେ ରଖିବା ଉପରେ ଜୋର ଦେଇଛନ୍ତି। ଦଳିତ ସମ୍ପ୍ରଦାୟ ସମ୍ମୁଖୀନ ହେଉଥିବା ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଉଦ୍ଦିଷ୍ଟ ବୈଠକରେ କଂଗ୍ରେସ ବିଧାୟକ ଜିଗ୍ନେଶ ମେଭାନୀଙ୍କୁ ତାଙ୍କ ଫୋନ୍‌ ବାହାରେ ରଖିବାକୁ ଏଡିଜି ରାଜକୁମାର ପାଣ୍ଡିଆନ କହିବା ପରେ ତାହାକୁ ନେଇ ବିତର୍କ ହୋଇଥିଲା। ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ କଲେକ୍ଟରଙ୍କ ଉପରେ ସର୍ଭେ କରାଯାଇଥିଲା। ସେମାନଙ୍କ ନିକଟକୁ ଆସୁଥିବା ଲୋକଙ୍କୁ ବାହାରେ ଫୋନ୍‌ ରଖିବା ପାଇଁ ସେମାନେ କହୁ ନ ଥିବା ଜଣାପଡ଼ିଥିଲା। ଅପରପକ୍ଷରେ ଭୁଲ୍‌ ତଥ୍ୟକୁ ରୋକିବା ଏବଂ ବିଶେଷକରି ଗମ୍ଭୀର ପରିସ୍ଥିତିରେ ସମ୍ବେଦନଶୀଳ ଆଲୋଚନାକୁ ସୁରକ୍ଷା ଦେବା ଉପରେ ଆଇପିଏସ୍‌ ଅଧିକାରୀମାନେ ଗୁରୁତ୍ୱାରୋପ କରିଥିଲେ। ଜଣେ ଏସ୍‌ପି ଦର୍ଶାଇଥିଲେ ଯେ ଯେହେତୁ ଫୋନ୍‌ ବିଷୟରେ ସେମାନଙ୍କର କୌଣସି କଡ଼ା ନିୟମ ନାହିଁ, ସେମାନେ ପରିସ୍ଥିତିକୁ କେନ୍ଦ୍ରକରି ଫୋନ୍‌ ବାହାରେ ରଖିବାକୁ ଅନୁରୋଧ କରିପାରନ୍ତି। ଏମାନଙ୍କ କଥାରେ ତାଳମେଳ ନ ରହିବା ବାସ୍ତବିକ ଆଶ୍ଚର୍ଯ୍ୟଜନକ। କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ଯୁଗ୍ମ ସଚିବ ଏସ୍‌.ଡି. ଶର୍ମା କହିଛନ୍ତି, ମୋବାଇଲ ଫୋନ୍‌ ନୀତି ଉପରେ କେନ୍ଦ୍ରର କୌଣସି ନିର୍ଦ୍ଦେଶ ନାହିଁ। ତେବେ ସମସ୍ତଙ୍କ ସୁବିଧା ପାଇଁ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀ ଏହି ପ୍ରସଙ୍ଗରେ ଏକମତ ହେବାର ସମୟ ଆସିଛି ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏତେ ଲୋଭ କ’ଣ ପାଇଁ

ଏବେ ପ୍ରାୟ ସବୁଦିନ ଖବରକାଗଜ ଲେଉଟାଇଲେ ଆଖିରେ ପଡ଼ୁଛି ‘ଭିଜିଲାନ୍ସ ଜାଲରେ କୁବେର ଯନ୍ତ୍ରୀ’ ନ ହେଲେ ‘ଲାଞ୍ଚ ନେଇ ବନ୍ଧାହେଲେ ସରକାରୀ ବାବୁ’ ଇତ୍ୟାଦି...

ମାନବ-ଜୀବଜାତି ସହାବସ୍ଥାନ

ଜନସଂଖ୍ୟାର ବିସ୍ଫୋରଣ, ଅତ୍ୟାଧୁନିକ ଜୀବନଶୈଳୀ, ବିକାଶ ପ୍ରକ୍ରିୟାର ନକାରାତ୍ମକ ପ୍ରଭାବ ଏବଂ ସହରାଞ୍ଚଳର ବିସ୍ତାର ପରିପ୍ରେକ୍ଷୀରେ ମଣିଷ ଓ ବନ୍ୟଜନ୍ତୁଙ୍କ ସମ୍ପର୍କ ଏକ ବିତର୍କର ପ୍ରସଙ୍ଗ...

ବିଶ୍ୱ ଖାଦ୍ୟ ସୂଚକାଙ୍କ ଓ ଭାରତ

ତବର୍ଷ ୨୦୨୪ର ବିଶ୍ୱ ଖାଦ୍ୟ ସୂଚକାଙ୍କ ବା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ଭାରତରେ କ୍ଷୁଧାର ପରିସ୍ଥିତି ଗମ୍ଭୀର ବୋଲି ଦର୍ଶାଯାଇଛି। ବିଶ୍ୱର ୧୨୭ଟି ଦେଶ ମଧ୍ୟରୁ...

ବିଶ୍ୱାସ ଓ ଅନ୍ଧବିଶ୍ବାସ

ପୁରାତନ ଲୋକକଥାଟିଏ। ଦିନେ ଜଣେ ଗୃହସ୍ଥଙ୍କ ଘରେ ବାର୍ଷିକ ଶ୍ରାଦ୍ଧ ପାଳନ କରାଯାଉଥାଏ। କୁଳ ପୁରୋହିତ ଶ୍ରାଦ୍ଧ ପାଇଁ ସଂଗୃହୀତ ସବୁ ସାମଗ୍ରୀକୁ ଦେଖିସାରି କର୍ମ...

ୟୁକ୍ରେନ୍‌ର ଭବିଷ୍ୟତ

ତିରିଶ ବର୍ଷ ପୂର୍ବେ ମୁଁ ୟୁକ୍ରେନ୍‌ର ଏକ ଚର୍ଚ୍ଚକୁ ଯାଇଥିଲି, ଯାହା ପରିସରରେ ମୋର ରୁଷୀୟ ପିତୃପୁରୁଷଙ୍କୁ ସମାଧି ଦିଆଯାଇଥିଲା। ସେହି ଚର୍ଚ୍ଚରେ ଜଣେ ବୃଦ୍ଧାଙ୍କ...

ଧଳାହାତୀର ଦେଶ

ନିରଞ୍ଜନ ସାହୁ ପିଲାବେଳେ ପଢ଼ିଥିଲୁ ଥାଇଲାଣ୍ଡକୁ କୁହାଯାଏ ଧଳାହାତୀର ଦେଶ। ତେଣୁ ଥାଇଲାଣ୍ଡ ଭ୍ରମଣ ବେଳେ ମୋର ଜଣେ ବନ୍ଧୁ ଆଶା କରିଥିଲେ ସେଇ ଧଳାହାତୀମାନଙ୍କୁ...

ଯୁଧିଷ୍ଠିର ମହାରଣା

ସୋସିଆଲ ମିଡ଼ିଆ ଦୈନନ୍ଦିନ ଜୀବନଶୈଳୀର ଏକ ଅଙ୍ଗ ପାଲଟିଗଲାଣି। ଏଥିରେ ଅନେକ ପ୍ରସଙ୍ଗ ଉପରେ ମେସେଜ ଆସିଥାଏ। ଗୁଜବ କିମ୍ବା ବାସ୍ତବତା ଯାଞ୍ଚ ନ କରି...

ପୁନର୍ଜନ୍ମ ବିଶ୍ୱାସ

ମଣିଷର ଭାବନା ଏବଂ ଜ୍ଞାନକୁ ବୁଝାଇବା ପାଇଁ ପୁରାଣ ବହୁ ଚମତ୍କାର ଅବଧାରଣା ଉପସ୍ଥାପନ କରିଛି। ଦେଖିବାକୁ ଗଲେ ଈଶ୍ୱର ଏବଂ ସମାନତାର ଧାରଣା ପ୍ରକୃତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri