Categories: ଜାତୀୟ

ଆଗାମୀ ରଣନୀତିକୁ ନେଇ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ; ବିରୋଧୀ ମେଣ୍ଟ ପୂର୍ବରୁ ପ୍ରସ୍ତୁତ ହେଉଛି ରୋଡମ୍ୟାପ

ନୂଆଦିଲ୍ଲୀ,୨୬।୬: ପ୍ରମୁଖ ବିରୋଧୀ ଦଳ ସହ ହେବାକୁ ଥିବା ମେଣ୍ଟକୁ ନେଇ କଂଗ୍ରେସ ବୈଠକ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ସୋମବାର ଅପରାହ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ଦଳର ରଣନୀତି ସ୍ଥିର କରୁଥିବା ବରିଷ୍ଠ ନେତାମାନେ ଯୋଗଦେବେ। ସୂତ୍ର ଅନୁଯାୟୀ, ୟୁପିଏର ନାମ ବଦଳାଯିବା ସହିତ ବୈଠକ ପରବର୍ତ୍ତୀ ରାଜନୈତିକ ରଣନୀତି ଉପରେ ମଧ୍ୟ ଆଲୋଚନା କରାଯିବ।

ସୂତ୍ରରୁ ପ୍ରକାଶ ଯେ ପାଟନାରେ ଅନୁଷ୍ଠିତ ବୈଠକ ପରେ ଦଳ ବର୍ତ୍ତମାନ ରଣନୀତି ସହିତ ଆଗକୁ ବଢୁଛି, ଯେଉଁଥିରେ ନୂତନ ମିଳିତ ରଣନୀତିର ସମ୍ପୂର୍ଣ୍ଣ ରୋଡମ୍ୟାପ ପ୍ରସ୍ତୁତ ହେବ। ଏହି ପରିପ୍ରେକ୍ଷୀରେ ସୋମବାର କିଛି ବିଶିଷ୍ଟ କଂଗ୍ରେସ ରଣନୀତିଜ୍ଞଙ୍କ ଏକ ବୈଠକ ସ୍ଥିର କରାଯାଇଛି। ଏହି ବୈଠକରେ ସାମିଲ ହେବାକୁ ଯାଉଥିବା ଜଣେ ବିଶିଷ୍ଟ ନେତା କହିଛନ୍ତି ଯେ ,ଯାହା ହେଉନା କାହିଁକି ଅନେକ ପ୍ରସଙ୍ଗରେ ଆଲୋଚନା ହେବ। ମୁଖ୍ୟତଃ ଶିମଲାରେ ହେବାକୁ ଥିବା ପରବର୍ତ୍ତୀ ବୈଠକ ପୂର୍ବରୁ ଏକ ସମ୍ପୂର୍ଣ୍ଣ ବାହ୍ୟରେଖା ପ୍ରସ୍ତୁତ ହୋଇ ହାଇ କମାଣ୍ଡଙ୍କୁ ହସ୍ତାନ୍ତର କରିବାକୁ ପଡିବ। ଏହା ବ୍ୟତୀତ ଏହି ବୈଠକରେ କଂଗ୍ରେସ ଶାସିତ ରାଜ୍ୟଗୁଡିକରେ ଚାଲିଥିବା ଯୋଜନାରେ କେନ୍ଦ୍ର ସରକାର ଲଗାଇଥିବା ପ୍ରତିବନ୍ଧକ ସମ୍ପର୍କରେ ଆଲୋଚନା ହେବ।

 

Share