Categories: ଜାତୀୟ

୨୦୨୪ରେ ‘ଜିତିବ ଭାରତ’ ହେବ ଇଣ୍ଡିଆର ସ୍ଳୋଗାନ, ରାହୁଲ ଦେଲେ ସଙ୍କେତ

ନୂଆଦିଲ୍ଲୀ,୧୯।୭: ବେଙ୍ଗାଲୁରୁରେ ବିରୋଧୀ ଦଳର ବୈଠକ ପରେ ଗଠିତ ଏହି ନୂତନ ମେଣ୍ଟକୁ ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ ଅର୍ଥାତ୍‌ ଇଣ୍ଡିଆ ନାମରେ ନାମିତ କରାଯାଇଛି। ଏଥି ସହିତ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ବିରୋଧୀ ଦଳର ସ୍ଳୋଗାନ ‘ଜିତିବ ଭାରତ’ ହୋଇପାରେ। ଯାହାକୁ ନେଇ କାଂଗ୍ରସ ନେତା ରାହୁଲ ଗାନ୍ଧୀ ସଙ୍କେତ କରିଛନ୍ତି। ରାହୁଲ ଗାନ୍ଧୀ ଟୁଇଟ୍‌ କରି ଲେଖିଛନ୍ତି, ‘ଭାରତ ଯୋଡିହେବ, ଭାରତ ଜିତିବ’।

ଅନ୍ୟପକ୍ଷରେ, ବିରୋଧୀ ଦଳର ମେଣ୍ଟକୁ ଇଣ୍ଡିଆ ନାମରେ ନାମିତ କରିବା ପରେ ଭାଜପା କ୍ରମାଗତ ଭାବେ ଆକ୍ରମଣ କରୁଛି। ଏହାକୁ ଦୃଷ୍ଟିରେ ରଖି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ନିଜ ଟୁଇଟ୍‌ରରୁ ଭାରତକୁ ପରିବର୍ତ୍ତନ କରିଦେଇଛନ୍ତି।

Share