Categories: ଜାତୀୟ

୧୩ ସଦସ୍ୟ ବିଶିଷ୍ଟ ସମନ୍ବୟ କମିଟି ଗଠନ କଲା ଇଣ୍ଡିଆ, ଶରଦ ପାଓ୍ବାର, ଅଭିଷେକ ବାନାର୍ଜୀ ସମେତ ଏହି ନେତାଙ୍କ ନାଁ ସାମିଲ

ମୁମ୍ବାଇ,୧।୯: ବିରୋଧୀ ମେଣ୍ଟ ଇଣ୍ଡିଆ ଶୁକ୍ରବାର ମୁମ୍ବାଇରେ ଅନୁଷ୍ଠିତ ବୈଠକରେ ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛି। ଇଣ୍ଡିଆର ନେତାମାନେ ୧୩ ଜଣ ସଦସ୍ୟ ବିଶିଷ୍ଟ ଏକ ସମନ୍ବୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ
ମେଣ୍ଟର ସ୍ଲୋଗାନ ‘ଜୁଡେଗା ଭାରତ, ଜିତେଗା ଇଣ୍ଡିଆ’ହେବ।

ଏହି ସମନ୍ବୟ କମିଟିରେ କଂଗ୍ରେସରୁ କେ.ସି ଭେଣୁଗୋପାଳ, ଏନସିପିରୁ ଶରଦ ପାୱାର, ଡିଏମକେରୁ ଏମ.କେ ଷ୍ଟାଲିନ, ଶିବସେନାରୁ ସଞ୍ଜୟ ରାଉତ, ଆରଜେଡିରୁ ତେଜସ୍ବୀ ଯାଦବ, ଟିଏମସିରୁ ଅଭିଷେକ ବାନାର୍ଜୀ, ଏଏପିରୁ ରାଘବ ଚଢା, ସମାଜବାଦୀ ପାର୍ଟିରୁ ଜାଭେଦ ଅଲି ଖାନ, ଜେଡିୟୁରୁ ଲଲନ ସିଂ, ଜେଏମଏମରୁ ହେମନ୍ତ ସୋରେନ, ସିପିଆଇରୁ ଡି ରାଜା, ଜାତୀୟ ସମ୍ମିଳନୀରୁ ଉମର ଅବଦୁଲ୍ଲା ଏବଂ ପିଡିପିରୁ ମେହବୁବା ମୁଫତ ସାମିଲ ଅଛନ୍ତି।

 

Share