Categories: ଜାତୀୟ

ବିରୋଧୀ ମେଣ୍ଟର ନାମ ହେବ ପାଟ୍ରିଓଟିକ୍‌ ଡୋମୋକ୍ରାଟିକ୍‌ ଆଲାଏନ୍ସ: ଶିମଲା ବୈଠକରେ କରାଯିବ ଅନୁମୋଦନ…

ନୂଆଦିଲ୍ଲୀ,୨୫।୬ : ବିରୋଧୀ ଦଳର ପାଟନା ବୈଠକ ପରେ ଏବେ ବିରୋଧୀ ଦଳର ନୂଆ ମେଣ୍ଟର ନାମ ମଧ୍ୟ ଦିଆଯାଇଛି। ଏହାର ନାମ ପାଟ୍ରିଓଟିକ୍‌ ଡୋମୋକ୍ରାଟିକ୍‌ ଆଲାଏନ୍ସ ହେବ। ବିରୋଧୀ ଏକତା ପାଇଁ ମିଳିତ ଦଳର ମିଳିତ ମଞ୍ଚର ନୂତନ ନାମ ବାମ ନେତା ଡି ରାଜା ପ୍ରକାଶ କରିଛନ୍ତି।

ସୂଚନାନୁସାରେ, ଏହି ନାମରେ ସମସ୍ତ ପକ୍ଷ ମଧ୍ୟରେ ଏକ ସହମତି ପ୍ରକାଶ ପାଇଛି। ଶିମଲାରେ ହେବାକୁ ଥିବା ବିରୋଧୀ ଦଳଙ୍କ ପରବର୍ତ୍ତୀ ବୈଠକରେ ଏହା ଘୋଷଣା କରାଯିବ।

Share