ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଅଣ୍ଡା, ଟମାଟୋ ମାଡ଼

ଭୁବନେଶ୍ବର,୨୮ା୯(ବ୍ୟୁରୋ): ପୁରୀ ଜିଲା ୧୧ ନମ୍ବର ଜୋନ୍‌ ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାକୁ ନେଇ ଆନ୍ଦୋଳନ ତେଜିବାରେ ଲାଗିଛି। ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଦାୟୀ କରିଛନ୍ତି ବିରୋଧୀ ଭାଜପା ଓ କଂଗ୍ରେସ। ଏପରିକି ଏହି ଘଟଣାରେ ସମୀରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ପ୍ରତିବାଦରେ ଛାତ୍ର କଂଗ୍ରେସ ତାତିଛି। ବୁଧବାର ୟୁନିଟ୍‌-୧ ସ୍ଥିତ ମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖ ରଣକ୍ଷେତ୍ର ପାଲଟିଛି। ଶତାଧିକ ଛାତ୍ର କଂଗ୍ରେସ କର୍ମୀ ସେଠାରେ ପହଞ୍ଚି ମନ୍ତ୍ରୀଙ୍କ ବିରୋଧରେ ନାରା ଦେଇଛନ୍ତି। ଏହାପରେ ସେମାନେ ମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ। ଏହି ସମୟରେ ପୋଲିସ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରବଳ ଟଣାଓଟରା ପରିସ୍ଥିତି ଦେଖିବାକୁ ମିଳିଥିଲା। ଏହାପରେ ପୋଲିସ ପହଞ୍ଚି ସମସ୍ତ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି। ଆସନ୍ତା ୭ ଦିନ ମଧ୍ୟରେ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆନ୍ଦୋଳନକୁ ଅଧିକ ଜୋର୍‌ଦାର କରାଯିବା ସହ ନବୀନ ନିବାସ ଘେରାଉ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ ସାଜିଲେ ସଇତାନ: ସାମାନ୍ୟ କଥାରେ ଗର୍ଭବତୀ ସ୍ତ୍ରୀଙ୍କ ବେକକୁ ଧାନକଟା ଦା’ରେ କାଟିଦେଲେ…

ପାତ୍ରପୁର, ୯ା୧(ଉମା ଚରଣ ନେପାକ)- ଜରଡା ଥାନା ସାମନ୍ତିଆପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡକେରି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି l ସାମାନ୍ୟ କଥାକୁ...

୧୩ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୯ା୧(ଅନିଲ ଦାସ)- ଆସନ୍ତା ଜାନୁଆରୀ ୧୩ ତାରିଖ (ସୋମବାର)ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ...

2036 Olympics: ଓଡ଼ିଶାରେ ହେବ ହକି, ଅହମ୍ମଦାବାଦ, ମୁମ୍ବାଇକୁ ମିଳିବ ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ

ନୂଆଦିଲ୍ଲୀ,୯।୧: ଭାରତ ୨୦୩୬ ଅଲିମ୍ପିକ୍ସ ପାଇଁ ବିଡ୍‌ ଦାଖଲ କରିବା ଲାଗି ପ୍ରସ୍ତୁତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମଧ୍ୟ ଏନେଇ ତାଙ୍କର ଆଗ୍ରହ ପ୍ରକାଶ...

ଥରାଉଛି ଶୀତ: ସନ୍ଧ୍ୟା ହେଲେ ଘରୁ ବାହାରିବା ହେଉଛି ମୁସ୍କିଲ

ରାଇକିଆ,୯।୨(ପ୍ରଦୀପ ବେହେରା): ବିଳମ୍ବରେ ହେଲେ ମଧ୍ୟ କନ୍ଧମାଳ ଜିଲାରେ ଶୀତର ପ୍ରଭାବ ଦେଖାଇବା ଆରମ୍ଭ କରିଛି । ଗତ କିଛି ଦିନ ହେଲା ତାପମାତ୍ରା ଖସୁଥିବା...

ଜଳିଗଲା ଯାତ୍ରୀବାହୀ ବସ୍‌

ଭବାନୀପାଟଣା,୯।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ବଳଦିଆମାଲ ଛକ ୨୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ରାତି ପ୍ରାୟ ୯ଟାରେ ଏକ...

୫ ବର୍ଷ ପରେ ଆସିଲା ନାବାଳିକ ବଳାତ୍କାର ମାମଲାର ରାୟ

ଭବାନୀପାଟଣା,୯ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଞ୍ଚଳରେ ୨୦୧୯ରେ ହୋଇଥିବା ଜଣେ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ...

ନିଜକୁ ନିଜେ ଗୁଳି କଲେ ଯବାନ

ରାଉରକେଲା,୯।୧: ରାଉରକେଲାରେ ଗୁରୁବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ନିଜ ସର୍ଭିସ ରିଭଲଭରରେ ନିଜକୁ ଗୁଳି କରିଛନ୍ତି ଜଣେ ସିଆଇଏସ୍‌ଏଫ୍‌ ଯବାନ। ତାଙ୍କୁ ଗୁରୁତର ଅବସ୍ଥାରେ...

ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ କଲା ପ୍ରେମିକ, ରଶି ଲଗାଇ ଆତ୍ମହତ୍ୟା କଲେ ଯୁବତୀ

ନିଶ୍ଚିନ୍ତକୋଇଲି,୯।୧(ଅଶୋକ କୁମାର ମହାପାତ୍ର): କଟକ ଜିଲା ଭଦ୍ରେଶ୍ୱର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକ ପ୍ରେମିକାର ଅନ୍ତରଙ୍ଗ ମୂହୁର୍ତର ଫଟୋକୁ ସାମାଜିକ ଗଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri