Categories: ଜାତୀୟ

ଲୋକ ସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଭାଜପା-ବିରୋଧୀ ବାକଯୁଦ୍ଧ, ପ୍ରୋଟେମ ସ୍ପଇକରଙ୍କଉ ସମର୍ଥନ ଦେବନି ଇଣ୍ଡିଆ

ନୂଆଦିଲ୍ଲୀ,୨୩।୬: ୧୮ତମ ଲୋକ ସଭାର ପ୍ରଥମ ସ୍ବତନ୍ତ୍ର ଅଧିବେଶନ ସୋମବାର ଠାରୁ ଆରମ୍ଭ ହେଉଛି। ସୋମବାର ଓ ମଙ୍ଗଳବାର ଦିନ ନୂଆ ନିର୍ବାଚିତ ଏମପିମାନେ ଶପଥ ଗ୍ରହଣ କରିବେ। ନବ ନିର୍ବାଚିତ ଏମପିଙ୍କ ଶପଥ ଗ୍ରହଣ କରିବା ପାଇଁ ରାଷ୍ଟ୍ରପତି ଭାଜପା ଏମପି ଭତ୍ତୃହରି ମହତାବଙ୍କୁ ପ୍ରୋଟେମ ସ୍ପିକର ଭାବରେ ନିଯୁକ୍ତ କରିଛନ୍ତି। ଯାହାକୁ ନେଇ ବିରୋଧୀଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଉଛି। ତେବେ ନୂଆ ଏମପି ଶପଥ ନେବାବେଳେ ଭତ୍ତୃହରିଙ୍କ ସମେତ ବିରୋଧର ଦଳର ୩ଜଣ ନେତା ତାଙ୍କୁ ସହଯୋଗ କରିଥାନ୍ତେ। ହେଲେ ପ୍ରୋ ଟେମ୍‌ ସ୍ପିକରକୁ ନେଇ ମୁଣ୍ଡ ଟେକିଥିବା ବିବାଦକୁ ନେଇ କେ. ସୁରେଶ (କଂଗ୍ରେସ), ଟି ଆର ବାଲୁ (ଡିଏମକେ), ରାଧା ମୋହନ ସିଂ ଏବଂ ଫଗଗାନ ସିଂ କୁଲାଷ୍ଟେ ସହଯୋଗ କରିବେ ନାହିଁ ବୋଲି ଖୋଲାଖୋଲି କହି ଦେଇଛନ୍ତି।

ପରମ୍ପରାକୁ ଭାଙ୍ଗି ୮ଥର କଂଗ୍ରେସ ଏମପି କେ ସୁରେଶଙ୍କ ବଦଳରେ ୭ଥରର ଭାଜପା ଏମପି ମହତାବଙ୍କୁପ୍ରୋ ଟେମ୍‌ ସ୍ପିକର କରାଯାଇଛି। ବିରୋଧୀ ଦଳ ମେଣ୍ଟ ଏହାକୁ ନେଇ ଆପତ୍ତି ଉଠାଇଛି। ଏହି ଆପତ୍ତି ଏବଂ ବିବାଦ ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ପୂର୍ବରୁ ରବିବାର ଟିଏମସି ନେତା ସୁଦୀପ ବାନ୍ଦୋପାଧ୍ୟାୟଙ୍କୁ ଭେଟିଛନ୍ତି।

ଲୋକ ସଭାରେ ସ୍ପିକର ପ୍ୟାନେଲରେ ନାମିତ ତିନିଜଣ ବିରୋଧୀଦଳଙ୍କ ମଧ୍ୟରୁ ବାନ୍ଦୋପାଧ୍ୟାୟ ରିଜିଜୁଙ୍କୁ କହିଛନ୍ତି ଯେ, ସେ ଏହି ପ୍ୟାନେଲରେ ଯୋଗ ଦେଇ ପାରିବେ ନାହିଁ । ଏବଂ ଇଣ୍ଡିଆ ମେଣ୍ଟ ନେଇଥିବା ନିଷ୍ପତ୍ତିରେ ପ୍ରତିବଦ୍ଧ ରହିବେ।

ବରିଷ୍ଠ ନେତା ଜୟରାମ ରମେଶ ଶାସକ ଦଳକୁ ଦଳ ବିରୋଧୀ ବୋଲି କହିବା ସହ ରବିବାର ଭାଜପାକୁ ଟାର୍ଗେଟ କରିଛନ୍ତି। ଏକ୍ସରେ ପୋଷ୍ଟ କରି କହିଛନ୍ତି, ଯଦି ଏହି ତର୍କକୁ ଗ୍ରହଣ କରାଯାଏ, ତେବେ କ୍ରମାଗତ ୭ ଥର ଏମପି ଥିବା ଭାଜପା ଏମପି ରମେଶ ଚାନ୍ଦପ୍ପା ଜିଗଜିନାଗି ନାଁ କାହିଁକି ବିଚାର କରାଯାଉ ନାହିଁ? ସେ ସୁରେଶଙ୍କ ପରି ଜଣେ ଦଳିତ ବୋଲି?

ଏହି ପୋଷ୍ଟରେ ପ୍ରତିକ୍ରିୟା ରଖି ଭାଜପା ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ, କଂଗ୍ରେସ ସୁରେଶଙ୍କୁ ବିରୋଧୀ ଦଳର ନେତା କରିବା ଉଚିତ। ଯଦି ଆପଣ ସୁରେଶଙ୍କ ରାଜନୈତିକ କ୍ୟାରିୟର ପାଇଁ ଏତେ ଚିନ୍ତିତ ଅଛନ୍ତି, ତେବେ ମୁଁ ଆପଣଙ୍କୁ ଅନୁରୋଧ କରିବି ଯେ ତାଙ୍କୁ ୨୦୨୬ କେରଳ ନିର୍ବାଚନ ପୂର୍ବରୁ ତାଙ୍କୁ ବିରୋଧୀ ଦଳର ନେତା କିମ୍ବା UDF ର ମୁଖ୍ୟମନ୍ତ୍ରୀ ଚେହେରା କରାଯାଉ। ଏକ ଅସ୍ଥାୟୀ ପଦକୁ ନେଇ ଏତେ ଚାପରେ କାହିଁକି ଅଛନ୍ତି?

Share