ନୂଆଦିଲ୍ଲୀ,୯ା୮: ରାଜ୍ୟ ସଭାରେ ଗୃହର ନେତା ପୀୟୂଷ ଗୋୟଲଙ୍କ ବିରୋଧରେ ବିରୋଧୀ ମେଣ୍ଟ ଇଣ୍ଡିଆର ଅନେକ ନେତା ମଙ୍ଗଳବାର ସ୍ବାଧିକାର ଭଙ୍ଗ ନୋଟିସ ଦେଇଛନ୍ତି। କେତେଜଣ ବିରୋଧୀ ନେତାଙ୍କ ବିରୋଧରେ ଗୋୟଲ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ, ଟିଏମ୍ସି, ଏଏପି, ଆର୍ଜେଡି, ଡିଏମ୍କେ, ଜେଡିୟୁ, ଏନ୍ସିପି ଓ ବାମଦଳର ନେତାମାନେ ରାଜ୍ୟ ସଭା ଅଧ୍ୟକ୍ଷଙ୍କୁ ସ୍ବାଧିକାର ଭଙ୍ଗ ନୋଟିସ ଦେଇଛନ୍ତି। ମିଡିଆ ପୋର୍ଟାଲ ‘ନ୍ୟୁଜ୍କ୍ଲିକ୍’ ପ୍ରସଙ୍ଗରେ ଆଲୋଚନା ବେଳେ ଗୋୟଲ କହିଥିଲେ, ଚାଇନାର ପ୍ରଚାର ପାଇଁ ବିରୋଧୀ ନେତାମାନେ ବେଜିଂ ସହ ସମ୍ପୃକ୍ତ କମ୍ପାନୀଗୁଡ଼ିକରୁ ପାଣ୍ଠି ଗ୍ରହଣ କରିଛନ୍ତି। ନ୍ୟୁଜ୍କ୍ଲିକ୍ ପୋର୍ଟାଲ ସହ ବିରୋଧୀ ଦଳଗୁଡ଼ିକର ସମ୍ପର୍କ କ’ଣ ବୋଲି ସେ ପ୍ରଶ୍ନ କରିଥିଲେ।