Posted inଜାତୀୟ

ମୋଦିଙ୍କ ‘ଅଗ୍ନିପଥ’ ମନ୍ତବ୍ୟକୁ ବିରୋଧୀଙ୍କ ନିନ୍ଦା

ନୂଆଦିଲ୍ଲୀ, ୨୭ା୭(ପି.ଟି.): କାର୍‌ଗିଲ ଯୁଦ୍ଧ ବିଜୟର ୨୫ତମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଡ୍ରାସ୍‌ଠାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜାତୀୟ ସୁରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ କେତେଜଣ ରାଜନୀତି କରୁଥିବା ଅଭିଯୋଗ କରିଥିଲେ। ପେନ୍‌ସନ ଅର୍ଥ ବଞ୍ଚାଇବା ଲାଗି ଅଗ୍ନିପଥ ଯୋଜନା ଆରମ୍ଭ ହୋଇଛି ବୋଲି ବିରୋଧୀଙ୍କ ଅଭିଯୋଗକୁ ସେ ଖଣ୍ଡନ କରିଥିଲେ। ଯୁବବର୍ଗଙ୍କୁ କ୍ରମାଗତ ଭାବେ ଯୁଦ୍ଧ ପାଇଁ ଫିଟ୍‌ ରଖିବା ଅଗ୍ନିପଥ ଯୋଜନାର ଲକ୍ଷ୍ୟ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏଭଳି ଅଭିଯୋଗକୁ ବିରୋଧୀ ଦଳଗୁଡ଼ିକ ନିନ୍ଦା କରିଛନ୍ତି। ଅଗ୍ନିପଥ ଯୋଜନାର ସମୀକ୍ଷା କରାଯିବାକୁ ସେମାନେ ଦାବି କରିଛନ୍ତି।
ଅଗ୍ନିପଥ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ଶସ୍ତା ରାଜନୀତି କରୁଥିବା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଓ ଅନ୍ୟ ନେତାମାନେ ଅଭିଯୋଗ କରିଛନ୍ତି। ସୈନ୍ୟବାହିନୀର ନିର୍ଦ୍ଦେଶରେ ସରକାର ଅଗ୍ନିପଥ ଯୋଜନା କାର୍ଯ୍ୟକାରୀ କରିଥିବା ନେଇ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଡାହା ମିଛ ବୋଲି ବିରୋଧୀ କହିଛନ୍ତି। କାର୍ଗିଲ ବିଜୟ ଦିବସରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ପ୍ରଧାନମନ୍ତ୍ରୀ ଶସ୍ତା ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦାୟକ। ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ଏପରି କରି ନ ଥିବା ଖାର୍ଗେ କହିଛନ୍ତି। ଅଧିକାଂଶ ଅବସରପ୍ରାପ୍ତ ସେନା ଅଧିକାରୀ ଅଗ୍ନିପଥ ଯୋଜନାକୁ ସମାଲୋଚନା କରିଛନ୍ତି। ଏହା ଜାତୀୟ ସୁରକ୍ଷାକୁ ବିପଦରେ ପକାଇବା ସହ ଗ୍ରାମାଞ୍ଚଳ ଯୁବବର୍ଗଙ୍କ ଆଶା ଆକାଂକ୍ଷାକୁ ବିପଦ ମଧ୍ୟକୁ ଠେଲିଦେଇଛି ବୋଲି କଂଗ୍ରେସ ଅଧ୍ୟକ୍ଷ କହିବା ସହ ଏହି ଯୋଜନାର ସମ୍ପୂର୍ଣ୍ଣ ଉଚ୍ଛେଦ ଦାବି କରିଛନ୍ତି। ତତ୍କାଳୀନ ସେନା ମୁଖ୍ୟ ଜେନେରାଲ ଏମ୍‌.ଏମ୍‌. ନରାଭନେ ଅଗ୍ନିପଥ ଯୋଜନା ସମ୍ପୂର୍ଣ୍ଣ ବିସ୍ମୟକର ଥିଲା ବୋଲି ଲେଖିଥିଲେ। ଅଥଚ ଏହା ସେନା ନିର୍ଦ୍ଦେଶରେ ହୋଇଥିଲା ବୋଲି ମୋଦି ମିଛ କହୁଥିବା କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ କରିଛନ୍ତି। ଏହି ଯୋଜନା ଅଗ୍ନିବୀରମାନଙ୍କୁ କୌଣସି ସାମାଜିକ ସୁରକ୍ଷା ଦେଉ ନ ଥିବାରୁ ଏହାର ସମୀକ୍ଷା ଆବଶ୍ୟକ ବୋଲି ଜେଏମ୍‌ଏମ୍‌ ଏମ୍‌ପି ମହୁଆ ମାଜି କହିଥିଲେ। ସେହିପରି ତୃଣମୂଳ କଂଗ୍ରେସ ରାଜ୍ୟ ସଭା ସଦସ୍ୟ ଡୋଲା ସେନ୍‌, ସମାଜବାଦୀ ପାର୍ଟି ନେତା ଧର୍ମେନ୍ଦ୍ର ଯାଦବ ପ୍ରମୁଖ ଅଗ୍ନିପଥ ଯୋଜନାକୁ ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri