Categories: ଜାତୀୟ

ରିଜିଜୁଙ୍କୁ ବିରୋଧୀଙ୍କ କଡ଼ା ସମାଲୋଚନା: କହିଲେ ବିଫଳ ଆଇନ ମନ୍ତ୍ରୀ…

ନୂଆଦିଲ୍ଲୀ,୧୮।୫ : ଗୁରୁବାର ସକାଳେ କିରେନ ରିଜିଜୁଙ୍କୁ ଏକ ବଡ଼ ଝଟକା ଲାଗିଛି। ତାଙ୍କୁ ଆଇନ ମନ୍ତ୍ରଣାଳୟର ହଟାଯାଇ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ତାଙ୍କ ହାତରୁ ପଦବୀ ଯିବାମାତ୍ରେ ରିଜିଜୁଙ୍କ ଉପରେ ବିରୋଧୀ ଦଳ ସଦସ୍ୟମାନଙ୍କ ପକ୍ଷରୁ କଡ଼ା ସମାଲୋଚନା ଆରମ୍ଭ ହୋଇଛି। ବିରୋଧୀ କଂଗ୍ରେସ ଏମପି ମାଣିକାମ ଟାଗୋର ତାଙ୍କୁ ଜଣେ ବିଫଳ ଆଇନ ମନ୍ତ୍ରୀ ବୋଲି କହୁଛନ୍ତି। ଭେଟେରାନ ଓକିଲ ତଥା ରାଜ୍ୟସଭା ଏମପି କପିଲ ସିବଲ ତାଙ୍କୁ ଆଇନ ପଛରେ ଥିବା ବିଜ୍ଞାନକୁ ନ ବୁଝି ପାରିବା ମଧ୍ୟ କଟାକ୍ଷ କରିଛନ୍ତି।

ଟାଗୋର କହିଛନ୍ତି ବିଫଳ ଆଇନ ମନ୍ତ୍ରୀଙ୍କୁ ପୃଥିବୀ ବିଜ୍ଞାନ ଦିଆଯାଇଛି। ସେ ଆଉ କ’ଣ କରିପାରିବେ? ଆଶା କରୁଛି ଅର୍ଜୁନ ରାମ ମେଘୱାଲ ଆଇନ ମନ୍ତ୍ରୀ ଭାବରେ ସମ୍ମାନଜନକ କାର୍ଯ୍ୟ କରିବେ।

ଏଥିସହିତ ପୂର୍ବତନ ଆଇନ ମନ୍ତ୍ରୀ ସିବଲ ଆଇନ ବିଭାଗରୁ ବିଦାୟ ନେଇ ବିଜ୍ଞାନ ମନ୍ତ୍ରଣାଳୟ ପାଇଁ ଯାଉଥିବାରୁ ରିଜିଜୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଆଇନ ପଛରେ ଥିବା ବିଜ୍ଞାନକୁ ବୁଝିବା ସହଜ ନୁହେଁ। ବର୍ତ୍ତମାନ ସେ ବିଜ୍ଞାନର ନିୟମ ସହିତ ମୁକାବିଲା କରିବାକୁ ଚେଷ୍ଟା କରିବେ ।

ଉଦ୍ଧବ ଠାକରେଙ୍କ ଶିବସେନା ମଧ୍ୟ ରିଜିଜୁଙ୍କୁ କଟାକ୍ଷ କରିଛି। ରାଜ୍ୟସଭା ଏମପି ପ୍ରିୟଙ୍କା ଚତୁୁର୍ବେଦୀ ପ୍ରଶ୍ନ କରିଛନ୍ତି ମହାରାଷ୍ଟ୍ରର ଲଜ୍ଜାଜନକ ନିଷ୍ପତ୍ତି କାରଣରୁ ଏହି ପରିବର୍ତ୍ତନ କରାଯାଇଛି କି? କିମ୍ବା ମୋଦାନି-ସେବି ଯାଞ୍ଚ ଯୋଗୁଁ ହୋଇଛ କି?

 

Share