Categories: ଜାତୀୟ

ପାର୍ଲାମେଣ୍ଟରେ ତେଲ ଦର ତାତି

ନୂଆଦିଲ୍ଲୀ,୨୯।୩: ବିରୋଧୀ ଦଳଗୁଡ଼ିକ ସୋମବାର ପାର୍ଲାମେଣ୍ଟରେ ତେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ହଟ୍ଟଗୋଳ କରିବା ସହ ବର୍ଦ୍ଧିତ ଦର ପ୍ରତ୍ୟାହାର ଦାବି କରିଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗରେ ଗୃହରେ ବିବୃତି ରଖନ୍ତୁ ବୋଲି ସେମାନେ ଦାବି କରିଥିଲେ। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ମୂଲ୍ୟ ବଢ଼ୁଥିବା ନେଇ ସରକାର ଦେଇଥିବା ସଫେଇକୁ ବିରୋଧୀ ଅଗ୍ରାହ୍ୟ କରିଦେଇଥିଲେ। ଲୋକ ସଭାରେ ଶୂନ୍ୟକାଳରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ, ଦରଦାମ୍‌ ବୃଦ୍ଧି ଯୋଗୁ ସାଧାରଣ ଜନତାଙ୍କ ପକେଟ ଲୁଟ୍‌ କରାଯାଉଛି। ରାଜ୍ୟ ସଭାରେ ମଧ୍ୟ ଦରଦାମ୍‌ ବୃଦ୍ଧି ପ୍ରସଙ୍ଗ ଉଠାଇ ବିରୋଧୀ ସରକାରଙ୍କୁ ସମାଲୋଚନା କରିଥିଲେ। ସାଧାରଣ ଜନତାଙ୍କ ସ୍ବାର୍ଥର ସୁରକ୍ଷା ଦୃଷ୍ଟିରୁ ସରକାର ଦର କମାଇବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ବିରୋଧୀ ସଦସ୍ୟମାନେ ଦାବି କରିଥିଲେ।

Share