Categories: ଜାତୀୟ

ଏହି ସହରରେ ହେବ ଇ.ଣ୍ଡି.ଆ. ମେଣ୍ଟର ଅଗାମୀ ବୈଠକ, ସଞ୍ଜୟ ରାଉତ କଲେ ଘୋଷଣା

ମୁମ୍ବାଇ,୫।୮: ପାଟନା ଓ ବେଙ୍ଗାଲୁର ପୁରେ ପୁଣି ବସିବାକୁ ଯାଉଛି ଇ.ଣ୍ଡି.ଆ. ମେଣ୍ଟର ବୈଠକ। ଶିବସେନା (ଉଦ୍ଧବ ଗୋଷ୍ଠୀ) ଉଦ୍ଧବ ଠାକରେ ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏନେଇ ଘୋଷଣା କରିଛନ୍ତି।

ବିରୋଧୀ ମେଣ୍ଟର ଆଗାମୀ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ସଞ୍ଜୟ କହିଛନ୍ତି, ବୈଠକ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ ଦୁଇଦିନ ଧରି ଅନୁଷ୍ଠିତ ହେବ। ଏହି ବୈଠକକୁ ଶିବସେନା ଗୋଷ୍ଠୀର ଅଧ୍ୟକ୍ଷ ଉଦ୍ଧବ ଠାକରେ ଆୟୋଜନ କରିବେ।

Share