ବିରୋଧୀମାନେ ମିଛ କଥା କହୁଛନ୍ତି, ଭାଜପା ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

ଭୁବନେଶ୍ୱର/ବଲାଙ୍ଗୀର,୧୨ା୫: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡାଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବିରାଟ ସଭାରେ ରବିବାର ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଉକ୍ତ ସଭାରେ ସମ୍ବୋଧିତ କରିବା ସହ ସିଧା ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀମାନେ ମିଛ କଥା କହୁଛନ୍ତି। ଭାଜପା ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ମୁଖ୍ୟମନ୍ତ୍ରୀ ମଞ୍ଚ ଉପରେ ଥାଇ କହିଛନ୍ତି, ମୁଁ ଆପଣଙ୍କ କଣ୍ଟାବାଞ୍ଜିର ବିଧାୟକ ପ୍ରାର୍ଥୀ, ଆପଣମାନେ ଖୁସି ତ ବୋଲି ପଚାରିଥିଲେ। ମୁଖ୍ୟମନ୍ତ୍ରୀ ମମତା ଯୋଜନା, ମଧୁବାବୁ ପେନ୍‌ସନ୍‌ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ଯୋଜନା, ଲକ୍ଷ୍ମୀ ବସ୍‌ ଯୋଜନା , ବିଏସ୍‌କଓ୍ବୋଇ ଯୋଜନା, ମିଶନ ଶକ୍ତି, ମୋ’ କଲେଜ ଯୋଜନା, କାଳିଆ ଯୋଜନା, ପୁରୀ ଧାମ ଭଲ କି ବୋଲି ପଚାରିଥିଲେ। ଆହୁରି ମଧ୍ୟ କହିଥିଲେ ନବୀନ ପଟ୍ଟନାୟକ ଭଲ କି? ଉପସ୍ଥିତ ଜନତା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏହି କଥାକୁ ସମର୍ଥନ ଜଣାଇଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ। ବିଜେଡିକୁ ଶଙ୍ଖ ଚିହ୍ନରେ ଭୋଟ୍‌ ଦେଇ ଜୟଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ନିବେଦନ କରିଥିଲେ।

Share