ପୂର୍ବ ମୁଖ୍ୟମନ୍ତ୍ରୀ କରିଥିବା ଏହି ସବୁ ଯୋଜନାକୁ ବଦଳାଇଲେ ମୋହନ, ରାଗିଯାଇ ନବୀନ କହିଲେ…

ଭୁବନେଶ୍ୱର,୨୫।୭: ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି। । ଚଳିତ ବଜେଟ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି । ରାଜ୍ୟ ବଜେଟକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ଆସିଛି। ନବୀନ କହିଛନ୍ତି, ଡବଲ ଇଞ୍ଜିନ ସରକାର ଦୁଇଗୁଣ ନିରାଶ କରିଛି। ମୋ ସରାକାର ସମୟର ୪୦ଟି ଯୋଜନାର ନାଁ ପରିବର୍ତ୍ତନ କରାଯାଇଛି। ଅନୁଶୀଳନ ପରେ ବିସ୍ତୃତ ପ୍ରତିକ୍ରିୟା ରଖିବି ବୋଲି ନବୀନ କହିଛନ୍ତି।

ରାଜ୍ୟ ସରକାର ପୂର୍ବ ସରକାର ସମୟରେ ପ୍ରଚଳିତ କାଳିଆ ଯୋଜନାର ନାମ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଢାଞ୍ଚାରେ ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ପ୍ରଚଳନ କରିଛନ୍ତି। ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜାଗାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ କରିଛନ୍ତି ସରକାର। ମେକ ଇନ ଓଡ଼ିଶା ନାଁ ବଦଳି ହେଲା ଉତ୍କର୍ଷ ଉତ୍କଳ। ଉତ୍କର୍ଷ ଉତ୍କଳ ସମ୍ମିଳନୀ ମାଧ୍ୟମରେ ପୁଞ୍ଜି ଯୋଗାଡ଼ ଲକ୍ଷ୍ୟ ରଖାଯାଇଛି।
ମୋ ସ୍କୁଲ ନାଁ ବଦଳାଯାଇ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ କରାଯାଇଛି। ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ପାଇଁ ବଜେଟରେ ୩୩୨ କୋଟି ବ୍ୟୟ ବରାଦ ହୋଇଛି।

ସରକାର ଲକ୍ଷ୍ମୀ ଯୋଜନାର ନାଁ ‘ଗ୍ରାମାଂଚଳ ପରିବହନ’ ଯୋଜନା, ଆମ ଓ ନବୀନ ଓ ନାଁ ବଦଳାଇ ‘ବିକଶିତ ଗାଁ ବିକଶିତ ବିଜୁ ପକ୍କାଘର ଯୋଜନା ପରିବର୍ତ୍ତେ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ଘୋଷଣା କରିଛନ୍ତି ।

ଅନ୍ୟପଟେ କଂଗ୍ରେସ ମଧ୍ୟ ବଜେଟକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି, ଗରିବଙ୍କୁ ମାରିବାକୁ ଏ ବଜେଟ ହୋଇଛି। ଖାଲି ନାଁ ବଦଳେଇଛନ୍ତି। ଏ ବଜେଟରେ କିଛି ନୂତନତ୍ୱ ନାହିଁ । ବଜେଟରେ ଚାଷୀ ଓ ମହିଳାଙ୍କ ପାଇଁ କିଛି ନାହିଁ । ଏହା ଖାଲି ହାୱା ବୋଲି କଂଗ୍ରେସ ନେତା କହିଛନ୍ତି।

 

Share