Categories: ଜାତୀୟ

ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେବାକୁ ଚାହୁଁଛି: ଅଜିତ ପାଓ୍ବାର…

ମୁମ୍ବାଇ,୨୨।୬ : ଏନସିପି ନେତା ତଥା ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବାରାମତି ବିଧାନସଭାର ବିଧାୟକ ଅଜିତ ପାୱାର କହିଛନ୍ତି ସେ ଦଳ ପାଇଁ କାର୍ଯ୍ୟ କରିବେ ଏବଂ ତାଙ୍କୁ ଯାହା ଦାୟିତ୍ୱ ଦିଆଯାଇଛି ତାହା ପୂରଣ କରିବେ।

ଅଜିତ ପାୱାର ମୁମ୍ବାଇର ଏକ କାର୍ଯ୍ୟକ୍ରମରେ କହିଛନ୍ତି ମୁଁ ଦଳକୁ ମୋତେ ବିରୋଧୀ ଦଳର ନେତା ପଦରୁ ମୁକ୍ତ କରି ଦେବାକୁ କହିଛି। ତାଙ୍କୁ ଦଳ ସଂଗଠନରେ ଏକ ଭୂମିକା ନ୍ୟସ୍ତ କରିବାକୁ ଦଳର ନେତୃତ୍ୱଙ୍କୁ ନିବେଦନ କରିଥିଲି। ଅଜିତ କହିଛନ୍ତି ସେ ବିରୋଧୀ ଦଳର ନେତା ଭାବରେ କାର୍ଯ୍ୟ କରିବାକୁ ଆଗ୍ରହୀ ନୁହଁନ୍ତି, କିନ୍ତୁ ଦଳର ବିଧାୟକଙ୍କ ଦାବିରେ ଏହି ଭୂମିକା ଗ୍ରହଣ କରିଛନ୍ତି। ସେମାନଙ୍କ ଦାବି ଉପରେ ଏନସିପି ନେତୃତ୍ୱ ନିଷ୍ପତ୍ତି ନେବେ। ମୋତେ ଯେକୌଣସି ଦାୟିତ୍ୱ ଦିଆଯିବ, ମୁଁ ତାହାକୁ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରିବି। ମୋତେ କୁହାଯାଇଛି ମୁଁ ବିରୋଧୀ ଦଳର ନେତା ଭାବରେ କଠୋର ଆଚରଣ ପ୍ରଦର୍ଶନ କରେ ନାହିଁ।

ତେଲଙ୍ଗାନା ସିଏମ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଏବଂ ପ୍ରକାଶ ଆମ୍ବେଡକରଙ୍କ ନେତୃତ୍ୱରେ ବଞ୍ଚିତ ବହୁଜନ ଅଘାଡି (ଭିବିଏ) କୁ ଅଣଦେଖା କରାଯାଇପାରିବ ନାହିଁ। ସେ କହିଛନ୍ତ ୨୦୧୯ ରେ କେବଳ ଭିବିଏ କଂଗ୍ରେସ-ଏନସିପି ସହଯୋଗୀ ଦଳକୁ କ୍ଷତି ପହଞ୍ଚାଇଛି। ଆମକୁ ନିଶ୍ଚିତ କରିବାକୁ ପଡିବ ସମାନ ଦଳ ମଧ୍ୟରେ ଭୋଟର କୌଣସି ବିଭାଜନ ଯେପରି ହେବ ନାହିଁ। ଅଜିତ ପାୱାର ମୁମ୍ବାଇ ଏବଂ ବିଦର୍ଭରେ ଏନସିପି ସଂଗଠନକୁ ମଜବୁତ କରିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।

Share