Categories: ଜାତୀୟ

ଆମେ ଏକାଠି ହୋଇ ଭାଜପାକୁ ହରାଇବୁ: ରାହୁଲ

ପାଟନା,୨୩।୬: ପାଟନାରେ ବିରୋଧୀ ଦଳ ବୈଠକ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଆମେ ଏକାଠି ହୋଇ ଭାଜପାକୁ ପରାସ୍ତ କରିବାକୁ ଯାଉଛୁ। କର୍ନାଟକରେ ଭାଜପାକୁ ପରାସ୍ତ କରିଛୁ। ସେ ଦାବି କରିଛନ୍ତି, ତେଲଙ୍ଗାନା, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ କଂଗ୍ରେସ ଦଳ ସରକାର ଗଠନ କରିବ।

ରାହୁଲ ଗାନ୍ଧୀ କହିଛନ୍ତି, ଭାରତକୁ ଭାଙ୍ଗିବା ପାଇଁ ଭାଜପା କାର୍ଯ୍ୟ କରୁଛି। ଏହା ଘୃଣା ଏବଂ ହିଂସା ବିସ୍ତାର କରିବା ପାଇଁ କାର୍ଯ୍ୟ କରୁଛି ଏବଂ କଂଗ୍ରେସ ଦଳ ଏକଜୁଟ ହୋଇ ପ୍ରେମ ବିସ୍ତାର ପାଇଁ କାର୍ଯ୍ୟ କରୁଛି। ଘୃଣା ଘୃଣା ସହିତ କଟାଯାଇପାରିବ ନାହିଁ, ଘୃଣା କେବଳ ପ୍ରେମ ଦ୍ୱାରା କଟାଯାଇପାରିବ।

ବିହାରର ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୟରେ ଆଉ କିଛି ସମୟ ପରେ ବିରୋଧୀ ଦଳ ବୈଠକ ଆରମ୍ଭ ହେବ। ବୈଠକରେ ସାମିଲ ହେବା ପାଇଁ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖାର୍ଗେ, ଏନସିପି ସୁପ୍ରିମୋ ଶରଦ ପାୱାର ପାଟନାରେ ପହଞ୍ଚିସାରିଛନ୍ତି।

 

Share