Categories: ଜାତୀୟ

ରାତ୍ରୀ ଭୋଜନ ପାଇଁ ବିରୋଧୀ ଦଳଙ୍କୁ ଡକାଇଛନ୍ତି ସୋନିଆ, ଏଏପିକୁ ମଧ୍ୟ କରାଯାଇଛି ନିମନ୍ତ୍ରଣ

ନୂଆଦିଲ୍ଲୀ,୧୨।୭: କଂଗ୍ରେସ ଦ୍ୱାରା ଡକାଯାଇଥିବା ବିରୋଧୀ ଦଳର ବୈଠକ ପାଇଁ ଆମ ଆଦମୀ ପାର୍ଟି(ଏଏପି)ସମେତ ୨୪ ଟି ଦଳ ନିମନ୍ତ୍ରଣ କରାଯାଇଛି। କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ମଧ୍ୟ ବୈଠକର ଗୋଟିଏ ଦିନ ପୂର୍ବରୁ ରାତ୍ରୀ ଭୋଜନର ଆୟୋଜନ କରିଛନ୍ତି। ଏଥର ୧୭ ଏବଂ ୧୮ଜୁଲାଇରେ ବିରୋଧୀ ଦଳର ବୈଠକ ଡକାଯାଇଛି।

୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ଭାଜପାକୁ ଟକ୍କର ଦେବା ପାଇଁ ସବୁ ବିରୋଧୀ ଦଳମାନେ ଏକାଠି ହେଉଛନ୍ତି। ଏହାପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାର ଜୁନ ୨୩ରେ ପାଟନାରେ ବିରୋଧୀ ଦଳର ବୈଠକ ଡାକିଥିଲେ, ଯେଉଁଥିରେ ୧୫ଟି ଦଳ ସାମିଲ ହୋଇଥିଲେ।

Share