Categories: ଜାତୀୟ

ବିରୋଧୀଙ୍କ ଗୁପ୍ତ ଏଜେଣ୍ଡା ସମ୍ପର୍କରେ କହିଲା ଭାଜପା

ପାଟନା,୨୩।୬: ବିରୋଧୀ ଏକତା ସମ୍ପର୍କରେ ଆଜି ବିହାରର ରାଜଧାନୀ ପାଟନାରେ ବିରୋଧୀଙ୍କ ଏକ ବୈଠକ ଅନୁଷ୍ଠିତ ହେବ। ବିରୋଧୀ ଦଳର ଏହି ବିଶାଳ ସମାବେଶରେ ଝାଖଣ୍ଡର ଭାଜପା ନେତା ବାବୁଲାଲ ମାରାଣ୍ଡି ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପାଟନାରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ସଭାର ମୁଖ୍ୟ କଥା ଏବଂ ସେମାନଙ୍କର ଗୁପ୍ତ ଏଜେଣ୍ଡାକୁ ବାବୁଲାଲ ମାରାଣ୍ଡି ଟୁଇଟ କରିି କହିଛନ୍ତି, ବିରୋଧୀଙ୍କର ଗୁପ୍ତ ଏଜେଣ୍ଡା ହେଉଛି ମୋଦି ଜୀଙ୍କୁ ହଟାଇବା, ଦେଶକୁ ଅନ୍ଧକାର ଆଡକୁ ନେବା। ଦେଶର ଅର୍ଥବ୍ୟବସ୍ଥା ଏବଂ ବିକାଶ ଉପରେ ବ୍ରେକ ଲଗାଇବାକୁ ପଡିବ, ଜନସାଧାରଣଙ୍କୁ ପୁଣି ଅସ୍ଥିର ରାଜନୀତିରେ ଜଡିତ ହେବାକୁ ପଡିବ।

Share