Categories: ଜାତୀୟ

ଜୁଲାଇ ୧୭-୧୮ରେ ହେବ ବିରୋଧୀ ଦଳର ଦ୍ୱିତୀୟ ବୈଠକ

ପାଟନା,୩ା୭: ଜୁଲାଇ ୧୩ ଏବଂ ୧୪ରେ ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ଦଳର ପ୍ରସ୍ତାବିତ ଦ୍ୱିତୀୟ ବୈଠକକୁ ରବିବାର ସ୍ଥଗିତ ରଖାଯାଇଥିଲା। ସୋମବାର ବୈଠକର ପରବର୍ତ୍ତୀ ତାରିଖ ସାମ୍ନାକୁ ଆସିଛି। ବୈଠକ ଜୁଲାଇ ୧୭ ଏବଂ ୧୮ ତାରିଖରେ ବେଙ୍ଗାଲୁରୁରେ ହେବ ବୋଲି ସୋମବାର କଂଗ୍ରେସ ନେତା କେ.ସି ଭେନୁଗୋପାଲ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ଭେନୁଗୋପାଲ କହିଛନ୍ତି, ଅଜିତ ପାୱାରଙ୍କ ବିଦ୍ରୋହ ବିରୋଧୀ ଏକତା ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କାରଣ ଏହା କେବଳ ଏନ୍‌ସିପିର ପ୍ରସଙ୍ଗ। ଏନ୍‌ସିପି ନେତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିବା ପରେ ମହାରାଷ୍ଟ୍ରରେ ଏକ ଡ୍ରାମା ଦେଖିବାକୁ ମିଳିଛି। ଏହା ଇଡି ଏବଂ ଏଜେନ୍ସିର ଏକ ପ୍ରାୟୋଜିତ ଖେଳ ବୋଲି ସେ କହିଛନ୍ତି। କଂଗ୍ରେସ ନେତା ଏହା ମଧ୍ୟ ଦାବି କରିଛନ୍ତି ଯେ, ଶରଦ ପାୱାର ଦଳର ଉଚ୍ଚତମ ନେତା। ସେ ପରିସ୍ଥିତିକୁ ସମ୍ଭାଳି ପାରିବେ।

Share