Categories: ଜାତୀୟ

ବୈଠକରେ ହେଲାନି ଅଗ୍ନିପଥ ଆଲୋଚନା

ନୂଆଦିଲ୍ଲୀ,୨୩ା୭: ପ୍ରତିରକ୍ଷା ସମ୍ପର୍କିତ ଏକ ସଂସଦୀୟ କମିଟିରେ ଶୁକ୍ରବାର ଅଗ୍ନିପଥ ଯୋଜନା ସମ୍ପର୍କରେ ଆଲୋଚନା ପାଇଁ ଅନୁମତି ନ ମିଳିବାରୁ ବିରୋଧୀ ସଦସ୍ୟମାନେ ଅଧାରୁ ଉଠି ବୈଠକ ବର୍ଜନ କରିଛନ୍ତି। କଂଗ୍ରେସ ଏବଂ ବିଏସ୍‌ପି ସଦସ୍ୟମାନେ ଉକ୍ତ କମିଟି ଅଧ୍ୟକ୍ଷ ଜୁଏଲ ଓରାମଙ୍କୁ ସେନାରେ ଠିକା ନିଯୁକ୍ତି ଯୋଜନା ଅଗ୍ନିପଥ ସମ୍ପର୍କରେ ଆଲୋଚନା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଜୁଏଲ ଏଥିପାଇଁ ଅନୁମତି ଦେଇ ନ ଥିଲେ। ଫଳରେ ପ୍ୟାନେଲ ସଦସ୍ୟ ତଥା କଂଗ୍ରେସ ଏମ୍‌ପି କେ.ସି. ବେଣୁଗୋପାଳ ଓ ଉତ୍ତମ କୁମାର ରେଡ୍ଡୀ ଏବଂ ବିଏସ୍‌ପିର ଦୀନେଶ ଅଲୀ ଏହାର ପ୍ରତିବାଦରେ ଅଧଘଣ୍ଟା ପରେ ବୈଠକ ଛାଡ଼ି ଚାଲିଯାଇଥିଲେ।

Share