Categories: ଜାତୀୟ

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ ଦଳ ଏମପି, କହିଲେ ଆମେ ମଣିପୁର ପ୍ରସଙ୍ଗରେ ଚାହୁଁଛୁ ଆଲୋଚନା…

ନୂଆଦିଲ୍ଲୀ,୨।୮ : ବୁଧବାର ବିରୋଧୀ ଏମପିମାନେ ମଣିପୁର ପ୍ରସଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ଏହି ସମୟରେ ବିରୋଧୀ ଏମପିମାନେ ମଣିପୁରର ପରିସ୍ଥିତି ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇ ମଣିପୁର ପ୍ରସଙ୍ଗରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ରାଷ୍ଟ୍ରପତିଙ୍କୁ ଭେଟିବା ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଆମେ ସଂସଦରେ ଆଲୋଚନା କରିବାକୁ ଚାହୁଁଛୁ କିନ୍ତୁ ସରକାର କୌଣସି ପ୍ରତିକ୍ରିୟା ଦେଉନାହାଁନ୍ତି।

ରାଷ୍ଟ୍ରପତି ମୁର୍ମୁଙ୍କ ସହ ବିରୋଧୀ ଏମପିଙ୍କ ବୈଠକରେ ଶିବସେନା (ଉଦ୍ଧବ) ଏମପି ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଆମେ ମଣିପୁରର ପରିସ୍ଥିତିକୁ ରାଷ୍ଟ୍ରପତିଙ୍କ ନଜରକୁ ଆଣିବାକୁ ଚାହୁଁଛୁ ଏବଂ ତାଙ୍କ ରାଜ୍ୟ ଗସ୍ତ ସମୟରେ ତାଙ୍କ ସହ ଅନୁଭୂତି ବାଣ୍ଟିବାକୁ ଚାହୁଁଛୁ। ଆମେ ତାଙ୍କୁ ବିସ୍ତୃତ ଭାବରେ ଆମର ଅନୁଭବ ସମ୍ପର୍କରେ କହିବୁ। ଆଶା କରୁଛୁ ସେ ଏହି ପ୍ରସଙ୍ଗରେ କିଛି ପଦକ୍ଷେପ ନେବେ।

Share