Categories: ଜାତୀୟ

ମଣିପୁର ପ୍ରସଙ୍ଗ, ସଞ୍ଜୟ ସିଂଙ୍କ ନିଲମ୍ବନକୁ ନେଇ ଇଣ୍ଡିଆ ଏକଜୁଟ, ସାରା ରାତି ସ୍ଥାନେ ସ୍ଥାନେ ଧାରଣାରେ ବସିଲେ ବିରୋଧୀ ଏମପି

ନୂଆଦିଲ୍ଲୀ,୨୫।୭: ମଣିପୁରରେ ଜାରି ରହିଥିବା ହିଂସାକୁ ନେଇ ଚର୍ଚ୍ଚା ପ୍ରସଙ୍ଗରେ ପାର୍ଲାମେଣ୍ଟ ବାହାରେ ଓ ଭିତରେ ସରକାର ତଥା ବିରୋଧୀଙ୍କ ମଧ୍ୟରେ ତୁତୁମେମେ ଲାଗି ରହିଛି। ଏହାକୁ ନେଇ ସଭାପତି ଲଗାତାର ତୃତୀୟ ଦିନରେ ବି ଗୃହର କାର୍ଯ୍ୟକୁ ସ୍ଥଗିତ ରଖିଥିଲେ। ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବା ଇଣ୍ଡିଆନ ନାଶନାଲ ଡେପଲପମେଣ୍ଟ ଇନକ୍ଲସିଭ ଏଲାଏନ୍ସ ସୋମବାର ସାରା ରାତି ପାର୍ଲାମେଣ୍ଟ ପରିସରରେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, ସୋମବାର ପାର୍ଲାମେଣ୍ଟରେ ମଣିପୁର ପ୍ରସଙ୍ଗରେ ଅନେକ ଅଘଟଣ ଘଟିଥିଲା, ଯେଉଁଠାରେ ଆମ ଆଦମୀ ପାର୍ଟି (ଏଏପି) ଏମପି ସଞ୍ଜୟ ସିଂଙ୍କୁ ବର୍ତ୍ତମାନର ଅଧିବେଶନ ପାଇଁ ନିଲମ୍ବିତ କରାଯାଇଥିବାବେଳେ ତ୍ରିନାଥ ଏମପି ଡେରେକ ଓ’ବ୍ରାଏନ ଏବଂ ଅଧ୍ୟକ୍ଷ ଜଗଦୀପ ଧନଖରଙ୍କୁ ନେଇ ତୀବ୍ର ଯୁକ୍ତି ଥିଲା। ଏଥିସହ ବିରୋଧୀଦଳ ପ୍ରଧାନମନ୍ତ୍ରୀଙ୍କୁ ମଣିପୁର ଉପରେ ଗୃହରେ ବିବୃତ୍ତି ଦେବାକୁ ଦାବି କରୁଛନ୍ତି।

Share