Advertisement

ଲୋକ ସଭାର ପୂରା ଅଧିବେଶନରୁ ନିଲମ୍ବିତ ହେଲେ ଅଧୀର ରଞ୍ଜନଙ୍କ ସମେତ ବହୁ ବିରୋଧୀ ନେତା

ନୂଆଦିଲ୍ଲୀ,୧୮।୧୨: ସଂସଦର ସୁରକ୍ଷା ଅଭାବକୁ ନେଇ ସୋମବାର ବିରୋଧୀ ଦଳମାନେ ସେମାନଙ୍କ ଦାବିରେ ଅଟଳ ରହିଛନ୍ତି। ଏହାକୁ ନେଇ ଲୋକ ସଭା ଓ ରାଜ୍ୟ ସଭାରେ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ ଲୋକ ସଭା ବାଚସ୍ପତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ୩୦ ଜଣ ଏମ୍‌ପିଙ୍କୁ ଲୋକ ସଭାର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରିଛନ୍ତି। ସେହିପରି ଅଧିକାର କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ୩ ଜଣ ଏମ୍‌ପିଙ୍କୁ ନିଲମ୍ବିତ କରାଯାଇଛି। ଅର୍ଥାତ୍‌ ମୋଟ ୩୩ ଏମ୍‌ପିଙ୍କୁ ନିଲମ୍ବିତ କରାଯାଇଛି । କିଛିଦିନ ପୂର୍ବେ ପୂରା ଅଧିବେଶନ ପାଇଁ ୧୩ ଜଣ ବିରୋଧୀ ଏମ୍‌ପିଙ୍କୁ ନିଲମ୍ବିତ କରାଯାଇଥିଲା ।

ଅଧୀର ରଞ୍ଜନଙ୍କ ବ୍ୟତୀତ ଜୟ କୁମାର, ଅପୂର୍ବା ପୋଦ୍ଦାର, ପ୍ରସୁନ ବାନାର୍ଜୀ, ମହମ୍ମଦ ୱାସିର, ଜି ସେଲଭମ, ସି.ଏନ ଆନ୍ନଦୁରାଇ, ଟି ସୁମତି, କେ ନବାସକାନି, କେ ବୀରସ୍ବାମୀ, ଏନ.କେ ପ୍ରେମଚନ୍ଦ୍ରନ, ସୌଗତ ରୟ, ଶତାବ୍ଦୀ ରୟ, ଅସିତ କୁମାର ମଲ, କୌଶଳେନ୍ଦ୍ର କୁମାର, ଏନଟୋ ଆଣ୍ଟୋନି, ଏସ ଏସ ପଲାନାମନିକ୍କମ, ଅବଦୁଲ ଖଲିଦ, ଥିରୁଭରୁସ୍କର, ବିଜୟ ବସନ୍ତ, ପ୍ରତୀମା ମଣ୍ଡଳ, କାକୋଳି ଘୋଷ, କେ ମୁରଲୀଧରନ, ସୁନୀଲ କୁମାର ମଣ୍ଡଳ, ଏସ ରାମ ଲିଙ୍ଗମ, କେ ସୁରେଶ, ଅମର ସିଂ, ରାଜମୋହନ ୟୁନିଥାନ, ଗୌରବ ଗୋଗୋଇ ଏବଂ ଟିଆର ବାଲୁଙ୍କୁ ନିଲମ୍ବିତ କରାଯାଇଛି। ତେବେ ଅଧିକାର କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ୩ ଜଣ ଏମ୍‌ପି କେ. ଜୟକୁମାର, ବିଜୟ ବସନ୍ତ ଏବଂ ଅବଦୁଲ ଖାଲିକଙ୍କୁ ନିଲମ୍ବିତ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel