Advertisement
Categories: ଜାତୀୟ

ଲୋକ ସଭା ପରେ ରାଜ୍ୟ ସଭାରୁ ୪୫ ଏମ୍‌ପି ପୂରା ଅଧିବେଶନରୁ ନିଲମ୍ବିତ

ନୂଆଦିଲ୍ଲୀ,୧୮।୧୨: ଲୋକ ସଭା ପରେ ରାଜ୍ୟ ସଭାର ୪୫ ବିରୋଧୀ ଏମ୍‌ପିଙ୍କୁ ସୋମବାର ସଂସଦର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର କହିଛନ୍ତି ଯେ, ଅନେକ ସଦସ୍ୟ ଜାଣିଶୁଣି ବେଞ୍ଚକୁ ଅଣଦେଖା କରୁଛନ୍ତି। ବାଧା ଯୋଗୁ ଗୃହ କାର୍ଯ୍ୟ ଚାଲିପାରୁନାହିଁ। ଏହି କାରଣରୁ ଅଧିବେଶନରୁ ଅନେକ ଏମ୍‌ପିଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି। ତେବେ ୩୪ ଏମ୍‌ପିକୁ ଅଧିବେଶନରୁ ନିଲମ୍ବିତ କରାଯାଇଥିବା ବେଳେ ଆଉ ୧୧ ଜଣଙ୍କୁ ଅଧିକାର କମିଟିର ରିପୋର୍ଟ ଆସିବା ନିଲମ୍ବିତ କରାଯାଇଛି।

ଏହାର କିଛି ସମୟ ପୂର୍ବରୁ ୩୩ ଜଣ ବିରୋଧୀ ଏମ୍‌ପିଙ୍କୁ ଲୋକ ସଭାରୁ ନିଲମ୍ବିତ କରାଯାଇଥିଲା। ଏଥିରେ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ୩୦ ଜଣ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଅନ୍ୟ ତିନିଜଣ ସଦସ୍ୟଙ୍କୁ ଅଧିକାର କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଥିଲା।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share