କେନ୍ଦ୍ରର ଜନବିରୋଧୀ ନୀତିକୁ ବିଭିନ୍ନ ସଙ୍ଗଠନର ବିରୋଧ

ଭବାନୀପାଟଣା,୨୭ା୧୧(ଉତ୍ତମ କୁମାର ଦାଶ):କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ମଙ୍ଗଳବାର ଭବାନୀପାଟଣା ଜିଲାପାଳଙ୍କ ଅଫିସ ସମ୍ମୁଖରେ ଜିଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଗଣଧାରଣା ଦିଆଯାଇଛି। କଳାହାଣ୍ଡି ଜିଲା କେନ୍ଦ୍ରୀୟ ଟ୍ରେଡ ୟୁନିଅନ, ସ୍ବାଧୀନ ଫେଡେରେଶନର ମିଳିତ ମଞ୍ଚ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା, ମା’ ମାଟି ମାଳି ସୁରକ୍ଷା ମଞ୍ଚ ପକ୍ଷରୁ ୨୬ ଦଫା ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଦରବୃଦ୍ଧି ରୋକିବା, କୃଷିଜାତ ଦ୍ରବ୍ୟ ଉପରୁ ଜିଏସ୍‌ଟି ପ୍ରତ୍ୟାହାର, ମାଗଣା ଶିକ୍ଷା, ସମସ୍ତ ଆଦିବାସୀ ଓ ଜଙ୍ଗଲ ଅଧିବାସୀଙ୍କୁ ଜଙ୍ଗଲ ଜମିର ଅଧିକାର ପ୍ରଦାନ, ଲଘୁ ବନଜାତ ଦ୍ରବ୍ୟକୁ ଠିକ୍‌ ମୂଲ୍ୟ ପ୍ରଦାନ କରିବା ଆଦି ଦାବି କରାଯାଇଛି। ସେହିପରି କଳାହାଣ୍ଡି ଓ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ତିଜମାଳି ଉପରେ ଏବେ ବହୁରାଷ୍ଟ୍ରୀୟ କମ୍ପାନୀର ନଜର ପଡ଼ିଛି। ସେଠାରେ ଖଣି ଖନନ ନେଇ କମ୍ପାନୀ ମସୁଧା ଚଳାଇଥିବା ବେଳେ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଆସୁଛନ୍ତି । ତୁରନ୍ତ କେନ୍ଦ୍ର ସରକାର ଗ୍ରାମସଭା ଅନୁଯାୟୀ ନିର୍ଦ୍ଦେଶ କରିବା ପାଇଁ ଦାବି ହୋଇଛି। ଏହି ଗଣଧାରଣାରେ ସଚେତନ ମଞ୍ଚ ନାଗରିକ କମିଟି ଆବାହକ ସତ୍ୟ ମାହାର, ସିପିଆଇ ରାଜ୍ୟ ପରିଷଦ ସମ୍ପାଦକ ମଣ୍ଡଳୀ ସଦସ୍ୟ ଦାମୋଦର ବେହେରା, ସିପିଆଇଏମ୍‌ର ବରିଷ୍ଠ ବାମପନ୍ଥୀ ନେତା ନବ ପଟ୍ଟନାୟକ, ଜନ ଜାଗରଣ ମଞ୍ଚର ଆବାହକ ଅଗଷ୍ଟ ନାଏକ, ମା’ ମାଟି ମାଲି ସୁରକ୍ଷା ମଞ୍ଚର ମୁନିଦେଇ, ସିପିଆଇ ଜିଲା ସହ ସମ୍ପାଦକ ସଞ୍ଜୟ ସୁନାନୀ, ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଲକ୍ଷ୍ମଣ ରଣବିର, ପାଚିକା ସହାୟକ ସଂଘର ବିଳାସିନୀ ଗୌଡ଼, ସିପିଆଇଏମ୍‌ର ଜିଲା ସମ୍ପାଦକ ସତ୍ୟଜିତ ଚାଟାର୍ଜୀ, ଏଆଇଏସ୍‌ଏଫ୍‌ର ଜିଲା ସଭାପତି ରାଜାରାମ ଡଙ୍ଗରୀ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

୪ ଦିନ ପରେ ବଢ଼ିବ ତାପମାତ୍ରା: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର,୨୭ା୧୨(ବନ୍ଦନା ସେଠୀ):ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

ଭାଷଣ ଦେଉଥିଲେ ଭାଜପା ଏମ୍‌ପି. ଆକ୍ରମଣ କଲା ମହୁମାଛି: ଆଉ ତା’ପରେ…

ଲକ୍ଷ୍ନୌ,୨୭।୧୨: ଉତ୍ତର ପ୍ରଦେଶର ଦେଓରିଆର ରବିନ୍ଦ୍ର କିଶୋର ଶାହି ଷ୍ଟାଡିୟମରେ ସଂସଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କ୍ରୀଡା ମହୋତ୍ସବର ଶେଷ ପର୍ଯ୍ୟାୟ ଶେଷ ହୋଇଥିଲା।...

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri