Categories: ଜାତୀୟ

ବଜେଟ ଅଧିବେଶନର ତୃତୀୟ ଦିନରେ ହଟ୍ଟଗୋଳ: ଆଦାନୀ-ଏଲ୍‌ଆଇସିର ଯାଞ୍ଚ ଜୋର ଧରିଲା

ନୂଆଦିଲ୍ଲୀ,୨।୨: ସଂସଦରେ ବଜେଟ ଅଧିବେଶନର ତୃତୀୟ ଦିନରେ ବିରୋଧୀ ହଟ୍ଟଗୋଳ କରିଛନ୍ତି। ଗୁରୁବାର ବିରୋଧୀ ଦଳ କେନ୍ଦ୍ରକୁ ଟାର୍ଗେଟ କରି ଆଦାନୀ ଗ୍ରୁପ୍‌ ବରୋଧରେ ଦୁର୍ନୀତି ଅଭିଯୋଗ କରିବା ସହ ଏହା ଉପରେ ଆଲୋଚନା ଏବଂ ଯାଞ୍ଚ କରିବାକୁ ବିରୋଧୀ ସଂସଦର ଉଭୟ ଗୃହରେ ହଟ୍ଟଗୋଳ କରିଥିଲେ। ଏଥିଯୋଗୁ ଲୋକ ସଭା ଓ ରାଜ୍ୟ ସଭାର କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା। ୯ ବିରୋଧୀ ଦଳ ଆଦାନୀ ଗ୍ରୁପ ବିରୋଧରେ ଆମେରିକାର ଶର୍ଟସେଲିଂ କମ୍ପାନୀ ହିଡନବର୍ଗ ରିସର୍ଚ୍ଚର ଅଭିଯୋଗ ଉପରେ ସଂସଦରେ ଆଲାଚନା ପାଇଁ ଦାବି କରିଛନ୍ତି।

 

Share