Categories: ଜାତୀୟ

ଓ୍ବାଇଏସଆର କଂଗ୍ରେସ ବିରୋଧୀ ଦଳ ଆମ ସହ ହାତ ମିଳାନ୍ତୁ: ନାରା ଲୋକେଶ…

ହାଇଦ୍ରାବାଦ,୧୬।୯ : ଆନ୍ଧ୍ରପ୍ରଦେଶରେ ଦୁର୍ନୀତି ଅଭିଯୋଗରେ ଟିଡିପି ନେତା ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିବା ଦଳର ନିର୍ବାଚନ ପ୍ରଚାରରେ ବାଧା ସୃଷ୍ଟି କରିବା ଲାଗି ଜଣେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଯୋଜନାବଦ୍ଧ ଭାବେ ଷଡ଼ଯନ୍ତ୍ର କରାଯାଇଛି। ଶନିବାର ଓ୍ବାଇଏସଆର କଂଗ୍ରେସ ପାର୍ଟିକୁ କଡ଼ା ସମାଲୋଚନା କରି ଦଳର ଜାତୀୟ ମହାସଚିବ ତଥା ଚନ୍ଦ୍ରବାବୁଙ୍କ ପୁଅ ନାରା ଲୋକେଶ ଏହା କହିଛନ୍ତି। ଯଦି ଅନ୍ୟ କୌଣସି ଦଳ ରାଜ୍ୟର ଶାସକ ଓ୍ବାଇଏସଆର କଂଗ୍ରେସ ପାର୍ଟି ବିରୋଧରେ ଲଢ଼େଇ କରିବାକୁ ଆମ ସହିତ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରନ୍ତି, ତେବେ ମୁଁ ଏହାକୁ ସ୍ବାଗତ କରିବି।

ତେବେ ନାଇଡୁଙ୍କ ପୁଅ ଲୋକେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ସିବିଆଇ ଏବଂ ଇଡି ପରି କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ପଞ୍ଜୀକୃତ ହୋଇଥିବା ଅର୍ଥର ଅପବ୍ୟବହାର ସମେତ ଅନେକ ଅପରାଧିକ ମାମଲାରେ ତଦନ୍ତର କଛପ ଗତି ଉପରେ ପ୍ରଶ୍ନ କରିଛନ୍ତି ଏବଂ ଖୋଲାଖୋଲି ଭାବେ କହିଛନ୍ତି ସ୍ପଷ୍ଟ ଭାବେ ତଦନ୍ତ ଆଉ ଆଗେକୁ ବଢ଼ିବାର ଦେଖାଯାଉ ନାହିଁ।

ମୁଖ୍ୟମନ୍ତ୍ରୀ ଖୁସିରେ ଜାମିନରେ ବାହାରେ ଅଛନ୍ତି। ସେ ବର୍ତ୍ତମାନ ଜାମିନରେ ଆସିବାର ଦଶମ ବାର୍ଷିକୀ ପାଳନ କରୁଛନ୍ତି, କାରଣ ସିବିଆଇ ୪୨,୦୦୦କୋଟି ଟଙ୍କା ହଡପ ଅଭିଯୋଗରେ ଦାଖଲ କରିଛି। ସେ ବୋଧହୁଏ ଏନେଇ ପ୍ରତ୍ୟେକ ସାକ୍ଷୀଙ୍କୁ ପ୍ରଭାବିତ କରୁଛନ୍ତି ।

ରାଜ୍ୟର ଶାସକ ସରକାର ସମ୍ପୂର୍ଣ୍ଣ ଦୁର୍ନୀତିଗ୍ରସ୍ତ । ଏବେ ଦୁର୍ନୀତିଗ୍ରସ୍ତ ଲୋକମାନେ ସଚ୍ଚୋଟ ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି। ଏହା ଆନ୍ଧ୍ରପ୍ରଦେଶରେ ଘଟିଛି। ୧୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ୧୫ ବର୍ଷ ପାଇଁ ବିରୋଧୀ ଦଳର ନେତା ଭାବରେ ନାଇଡୁ ଗତ ୪୨ ବର୍ଷ ମଧ୍ୟରେ ଏକ ଊଚ୍ଚକୋଟୀ ରାଜନୈତିକ କ୍ୟାରିୟର କରିଛନ୍ତି। ବର୍ତ୍ତମାନ ଜଣେ ଜଣାଶୁଣା ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ୩୮ ଟି ମାମଲା ରହିଛି, ସେଥିମଧ୍ୟରୁ ୧୦ ଟି ସିବିଆଇ ଏବଂ ୭ ଟି ଇଡି ଦ୍ୱାରା ପଞ୍ଜୀକୃତ ହୋଇଛି।

Share