Categories: ଜାତୀୟ

୨୦୨୪ ନିର୍ବାଚନ ପାଇଁ ଏଜେଣ୍ଡା ସ୍ଥିର କରିବେ ବିରୋଧୀ

ବେଙ୍ଗାଲୁରୁ,୧୭।୭: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ଏକଜୁଟ ହେବାକୁ ଚେଷ୍ଟା କରୁଛନ୍ତି। ପାଟନା ପରେ ସୋମବାର ବେଙ୍ଗାଲୁରୁରେ ବିରୋଧୀଙ୍କ ଦ୍ୱିତୀୟ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଦ୍ୱିତୀୟ ବୈଠକ ବେଙ୍ଗାଲୁରୁରେ ସା ୬ଟାରୁ ଆରମ୍ଭ ହେବ। ଏହି ଏଜେଣ୍ଡା ଏବଂ ମିନିଟ ଟୁ ମିନିଟ କାର୍ଯ୍ୟକ୍ରମ ମଧ୍ୟ ସ୍ଥିର କରାଯାଇଛି, ଯାହା ଦ୍ୱାରା ଏଥର ବିରୋଧୀ ଏକତା ଅବସ୍ଥାରେ ଏକ ଠୋସ ନିଷ୍ପତ୍ତି ନିଆଯାଇପାରେ।
ବେଙ୍ଗାଲୁରୁର ଫାଇଭ ଷ୍ଟାର ହୋଟେଲରେ ଦୁଇ ଦିନ ଧରି ଏହି ବୈଠକ ଚାଲିବ, ଯେଉଁଠାରେ ମହାମନ୍ଥରେ ୨୬ଟି ଦଳ ଅଂଶଗ୍ରହଣ କରିବେ। ବିରୋଧୀ ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହେବ। ମିଳିତ ମଞ୍ଚର ନୂତନ ନାମ ରଖିବା କିମ୍ବା ୟୁପିଏ, ସିଟ ବାଣ୍ଟିବା ଏବଂ ସଂଯୋଜକ ରଖିବା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯିବ।

Share