Categories: ଜାତୀୟ

ସଂସଦରେ କେନ୍ଦ୍ରର ଅଧ୍ୟାଦେଶକୁ ବିରୋଧ କରାଯାଇଛି, ଏବେଠାରୁ ଏତେ ପ୍ରଚାର କାହିଁକି? କେଜ୍‌ରିଓ୍ବାଲଙ୍କ ସର୍ତ୍ତ ଉପରେ ଖାର୍ଗେଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୩।୬: ବିରୋଧୀ ଏକତା ସମ୍ପର୍କରେ ଶୁକ୍ରବାର ବିହାରରେ ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ କଂଗ୍ରେସ ସମେତ ବିରୋଧୀ ଦଳ ଭାଜପା ବିରୋଧରେ ରଣନୀତି ଉପରେ ଆଲୋଚନା କରିବାକୁ ଯାଉଛନ୍ତି। ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ମଧ୍ୟ ଭାଗ ସାମିଲ ହେବାକୁ ଯାଉଛନ୍ତି, କିନ୍ତୁ ସେ ଏହି ବୈଠକରେ ସମ୍ପର୍କରେ କିଛି ସର୍ତ୍ତ ରଖିଛନ୍ତି ଯେଉଁଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ପ୍ରତିକ୍ରିୟା ଆସିଛି।

କେଜ୍‌ରିଓ୍ବାଲଙ୍କ ସର୍ତ୍ତ ଉପରେ ଖାର୍ଗେ କହିଛନ୍ତି, ଏହି ଅଧ୍ୟାଦେଶ ସଂସଦରେ ବିରୋଧ କରାଯାଇଛି, କିନ୍ତୁ ଏହାକୁ ବାହାରେ ପ୍ରଚାର କରାଯିବା ଉଚିତ୍‌ ନୁହେଁ, ସେ କାହିଁକି ବାହାରେ ଏତେ ପ୍ରଚାର କରୁଛନ୍ତି? ସେ କହିଛନ୍ତି, ଏହି ଅଧ୍ୟାଦେଶ ଗୃହରେ ଆଲୋଚନା ହେବା ଉଚିତ୍‌। ଆମେ ସମସ୍ତେ ଭାଜପା ବିରୋଧରେ ଳଢିବାକୁ ଚାହୁଁଛୁ, ଆଜି ଏନେଇ ଏକ ବୈଠକ କରିବାକୁ ଯାଉଛୁ। ଏହିବୈଠକରେ ଭାଜପା ବିରୋଧରେ ସମସ୍ତ ବିରୋଧୀ ଦଳର ମତ ଗଠନ ହେବ ଏବଂ ଏହା ଏକ ବାର୍ତ୍ତା ପଠାଇବ ଯେ ଭାଜପାକୁ ପରାସ୍ତ କରିବାକୁ ପଡିବ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବିରୋଧୀଦଳର ନେତାମାନଙ୍କୁ ଏକ ଚିଠି ଲେଖି ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଶାସନିକ ସେବା ନିୟନ୍ତ୍ରଣ ଉପରେ କେନ୍ଦ୍ରର ଅଧ୍ୟାଦେଶ ଉପରେ ଆଲୋଚନା କରିବାକୁ ଏବଂ ଆଜି ହେବାକୁ ଥିବା ଅଣ ଭାଜପା ଦଳର ବୈଠକରେ ଏହି ପ୍ରସଙ୍ଗରେ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଛନ୍ତି। କେଜ୍‌ରିଓ୍ବାଲ କହିଛନ୍ତି, ଯଦି ବିରୋଧୀ ଏହି ବୈଠକରେ ପ୍ରଥମେ ଏହି ପ୍ରସଙ୍ଗରେ ଆଲୋଚନା ନ କରନ୍ତି, ତେବେ ଆମ ଆଦମୀ ପାର୍ଟି ସେହି ବୈଠକରୁ ବାହାରି ଆସିବ।

Share