Categories: ଜାତୀୟ

ବିରୋଧୀ ଦଳ ବୈଠକରେ ବଡ଼ ନିଷ୍ପତ୍ତି! ନୀତୀଶ କୁମାର ହେବେ ସଂଯୋଜକ

ପାଟନା,୨୩।୬: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିହାରର ରାଜଧାନୀ ପାଟନାରେ ସମସ୍ତ ବିରୋଧୀ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ବୈଠକ ଅନୁଷ୍ଠିତ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ, ୨୦୨୪ରେ ବିରୋଧୀ ଦଳର ନେତୃତ୍ୱକୁ ନେଇ ନୀତୀଶ କୁମାରଙ୍କୁ ବିରୋଧୀ ଏକତାର ସଂଯୋଜକ କରାଯିବ।

ଗୋଟିଏ ପଟେ ଯେଉଁଠାରେ ବିରୋଧୀ ଦଳ ପାଟନାରେ ଏକାଠି ହୋଇ ବିରୋଧୀ ଏକତା ବିଷୟରେ କହୁଛନ୍ତି, ଅନ୍ୟପଟେ ଏହି ଗଠନ ମଧ୍ୟ ଭାଙ୍ଗୁଥିବା ଦେଖାଯାଉଛି। ଏହି ସମୟରେ ତେଲଙ୍ଗାନାର ବିଆରଏସ ଦଳର ନେତା ଟି ଆର ରାମାରାଓ ଗଣମାଧ୍ୟମ ସହ କଥା ହୋଇ କହିଛନ୍ତି, ନୀତୀଶ ଜଣେ ଭଲ ନେତା କିନ୍ତୁ କଂଗ୍ରେସ ସହିତ ଏକ ମଞ୍ଚ ଶେୟାର କରିବା ସମ୍ଭବ ନୁହେଁ। ସେ କହିଛନ୍ତି, ଯେଉଁ ବୈଠକରେ କଂଗ୍ରେସ ଉପସ୍ଥିତ ଅଛି, ଆମେ ସେହି ବୈଠକକୁ ସ୍ବୀକାର କରିପାରିବୁନାହିଁ। ଟି ଆର ରାମାରାଓ କହିଛନ୍ତି, କଂଗ୍ରେସ ଦେଶକୁ ପଚାଶ ବର୍ଷ ଶାସନ କରିଥିଲା ଏବଂ ଏହା ଦେଶର ଅବସ୍ଥା ପାଇଁ ମଧ୍ୟ ଦାୟୀ। ସେ କହିଛନ୍ତି ଆମେ କୌଣସି ପ୍ରକାରେ କଂଗ୍ରେସ ଏବଂ ଭାଜପା ସହ ଯାଇ ପାରିବୁ ନାହିଁ।

Share