ନୂଆଦିଲ୍ଲୀ,୧୫।୧: ନିର୍ବାଚନ କମିଶନ (ଇସି)ଙ୍କ ରିମୋଟ ଇଲେକ୍ଟ୍ରୋନିକ୍ ଭୋଟିଂ ମେଶିନ (ଆର୍ଭିଏମ୍) ପ୍ରସ୍ତାବକୁ ବିରୋଧୀ ଦଳ ବିରୋଧ କରିବାକୁ ନିଷ୍ପତ୍ତି ନେଇଥିବା ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂ ରବିବାର କହିଛନ୍ତି। ବିରୋଧୀ ଦଳ ନେତାଙ୍କ ବୈଠକ ପରେ ଦିଗ୍ବିଜୟ ଏହି ସୂଚନା ଦେଇଛନ୍ତି। ପ୍ରବାସୀ ଶ୍ରମିକ ସଂଜ୍ଞା ସ୍ପଷ୍ଟ ହୋଇ ନ ଥିବା ବେଳେ ରିମୋଟ ଭୋଟିଂ ପ୍ରସ୍ତାବକୁ ନେଇ ଅନେକ ରାଜନୈତିକ ଅସଙ୍ଗତି ରହିଛି।