Categories: ଜାତୀୟ

ସରକାରଙ୍କୁ ଘେରିଲେ ବିରୋଧୀ, ଉଭୟ ଗୃହ ମୁଲତବୀ…

ନୂଆଦିଲ୍ଲୀ,୪।୮: ସଂସଦର ମୌସୁମୀ ଅଧିବେଶନ ଏପର୍ଯ୍ୟନ୍ତ ଅଶାନ୍ତ ହୋଇପଡିଛି। ବର୍ତ୍ତମାନ ସୁଦ୍ଧା ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଗୋଟିଏ ଦିନ ପାଇଁ ସ୍ବାଭାବିକ ଭାବରେ କାର୍ଯ୍ୟ ହୋଇ ପାରିନାହିଁ। ହଟ୍ଟଗୋଳ ଯୋଗୁ ଉଭୟ ଗୃହ ଅଚଳ ହୋଇ ପଡ଼ିଛି। ବୁଧବାର ଦିନ ଉଭୟ ଗୃହରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଉତ୍ତେଜନା ଯୋଗୁଁ ଲୋକ ସଭା ଓ ରାଜ୍ୟ ସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପେଗାସସ୍‌, କୃଷକ ଆନ୍ଦୋଳନ ଏବଂ ଗଣମାଧ୍ୟମ ଉପରେ ଚଢ଼ାଉ ନେଇ ବିରୋଧୀ ଦଳ ପକ୍ଷରୁ ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। ପ୍ରବଳ ହଟ୍ଟଗୋଳ ମଧ୍ୟରେ ଲୋକ ସଭାରେ ଗୋଟିଏ ବିଲ୍‌ ପାରିତ କରାଯାଇଛି।

Share