କୃଷି ବିଲ୍‌କୁ ବିରୋଧ: ମାଲକାନଗିରିରେ ଆନ୍ଦୋଳନ ତୀବ୍ର

ମାଲକାନଗିରି,୨୫।୯(ଡି.ଏନ୍‌.ଏ.) :ମାଲକାନଗିରି ଜିଲା ସିପିଆଇଏମ୍‌ ଓ ସର୍ବ ଭାରତ କୃଷକ ସଂଘଙ୍କ ମିଳିତ କ୍ରମେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ଆଇନ ନୀତିକୁ ବିରୋଧ କରାଯାଇଛି। ଏ ନେଇ ଜିଲା ସଦର ମହକୁମାର ବାଲିମେଳା ଛକଠାରେ ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇଛି। ସାରା ଦେଶରେ ଏହି ଆନ୍ଦୋଳନ ତୀବ୍ର ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଏବଂ କୃଷି ସାମଗ୍ରୀ ବିପନ୍ନ, ପ୍ରୋତ୍ସାହନ ସୁବିଧା ଓ ବିଦ୍ୟୁତ୍‌ ବିଲ୍‌ ୨୦୨୦ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ନାରା ଦିଆଯାଇଛି । ଏହି ବିଲ୍‌ ଦ୍ୱାରା ଭୁଞ୍ଜିପତିଙ୍କ ଲାଭ ହେବେ କିନ୍ତୁ ଗରିବ କୃଷକ ଓ ଚାଷୀମୂଲିଆ କ୍ଷତିଗ୍ରସ୍ତ ହେବେ । ଏହାକୁ ତୁରନ୍ତ ପ୍ରତ୍ୟାହାର ନ କଲେ ଆନ୍ଦୋଳନ ଜୋରଧରିବ ବୋଲି ଚେତାବନୀ ଦେଇଛନ୍ତି।

Share